ଆଇଆରସିଟିସି ଦେଉଛି ଗୋଟିଏ ମାସରେ ୧୨ଟି ଟ୍ରେନ୍ ଟିକଟ ବୁକ୍ କରିବାର ସୁବିଧା । ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

90

ଯଦି ଆପଣଙ୍କୁ ଅଧିକାଂଶ ଯାତ୍ରା କରିବାକୁ ପଡେ, ତେବେ ଆଇଆରସିଟିସି ଆପରେ କେବଳ ବୁକ୍ କରନ୍ତୁ ଟ୍ରେନ୍ ଟିକେଟ୍ । କାହିଁକିନା ଆପଣଙ୍କ ସୁବିଧାକୁ ଧ୍ୟାନରେ ରଖି ଆଇଆରସିଟିସି ଆପଣଙ୍କୁ ଦେଉଛି ଗୋଟିଏ ମାସରେ ୧୨ଟି ଟ୍ରେନ୍ ଟିକଟ ବୁକ୍ କରିବାର ସୁବିଧା । ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା ।

ଗୋଟିଏ ମାସରେ ଆଇଆରସିଟିସିରୁ ୧୨ଟି ଟିକେଟ୍ ବୁକ୍ କରାଇବା ପାଇଁ ଆପଣଙ୍କୁ ଆଇଆରସିଟିସି ଆକାଉଣ୍ଟକୁ ଆଧାର ନମ୍ବରରେ ଲିଙ୍କ କରିବାକୁ ପଡିବ । ଏହି ପ୍ରକ୍ରିୟାକୁ ପୁରା କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଆଇଆରସିଟିସିର ୱେବସାଇଟରେ ମାଇ ପ୍ରୋଫାଇଲ କ୍ୟାଟେଗୋରୀ ଅଧିନରେ ଆଧାର କେୱାଇସି ଉପରେ କ୍ଲିକ୍ କରିବାକୁ ପଡିବ । ଏହାପରେ ନିଜର ଆଧାର ନମ୍ବର ଅପଡେଟ୍ କରିବାକୁ ପଡିବ । ଆଧାର ସହିତ ଜଡିତ ମୋବାଇଲ ନମ୍ବରରେ ୱାନ-ଟାଇମ୍-ପାସୱାର୍ଡ (ଓଟିପି) ପଠାଯିବ । ଯାହାକି ଆପଣଙ୍କୁ ଭେରିଫିକେସନ ସମୟରେ ଦେବାକୁ ପଡିବ ।

ଏହା ବ୍ୟତୀତ ମାଷ୍ଟର ଲିଷ୍ଟ ଅଧିନରେ ନିଜ ସହିତ ଯାଉଥିବା ଏକ ଯାତ୍ରୀଙ୍କ ଆଧାର ନମ୍ବର ବି ଅପଡେଟ୍ କରିବାକୁ ପଡିବ । ଏହି ପ୍ରକ୍ରିୟା ବି ୱାନ-ଟାଇମ୍-ପାସୱାଡ ଜରିଆରେ ପୁରା ହେବ । ଏହି ସମସ୍ତ କାମ ଆପଣଙ୍କୁ ଗୋଟିଏ ମାସରେ ୬ରୁ ଅଧିକ ଟିକେଟ୍ ବୁକ୍ କରିବା ପୂର୍ବରୁ କରିବାକୁ ପଡିବ ।

ସର୍ବପ୍ରଥମେ ଆଇଆରସିଟିସି ଆପରେ ୟୁଜର ଆଇଡି ଓ ପାସୱାର୍ଡର ବ୍ୟବହାର କରି ଲଗ୍ ଇନ୍ କରନ୍ତୁ । ଆଇଆରସିଟିସି ଆପରେ ମାଇ ପ୍ରୋଫାଇଲ ଅଧିନରେ ଆଧାର କେୱାଇସି ଉପରେ କ୍ଲିକ୍ କରନ୍ତୁ । ଆଧାର ନମ୍ବର ଅପଡେଟ୍ କରନ୍ତୁ । ମୋବାଇଲ ନମ୍ବରରେ ଓଟିପି ଆସିବ, ଯାହାକୁ ଦେଇ ଭେରିଫିକେସନ ପ୍ରକ୍ରିୟା ପୁରା କରନ୍ତୁ ।