କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ଖୁସି ଖବର । ୨୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବୋନସ ୨୫ରୁ ୫୦ ପ୍ରତିଶତକୁ ବୃଦ୍ଧି

108

କନକ ବ୍ୟୁରୋ : କେନ୍ଦୁପତ୍ର ତୋଳାଳି, ବନ୍ଧାଳି, କର୍ମଚାରୀଙ୍କ ପାଇଁ ସମ୍ବଲପୁର ଚାରମାଳରୁ ବଡ଼ ଘୋଷଣା । କେନ୍ଦୁପତ୍ରର ଦରବୃଦ୍ଧି ଓ ବୋନସ ବୃଦ୍ଧି ସହ ଭର୍ଚୁଆଲ୍ ମାଧ୍ୟମରେ ପାଖାପାଖି ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍
କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି
୯୮ କୋଟି ଟଙ୍କା ମଂଜୁର, ଉପକୃତ ହେବେ ସାଢ଼େ ୮ ଲକ୍ଷ ତୋଳାଳି
ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ପ୍ରୋତ୍ସାହନ ରାଶି ୫ରୁ ୧୦ ପ୍ରତିଶତକୁ ବୃଦ୍ଧି
ଉପକୃତ ହେବେ ୪୦ ହଜାର, ଖର୍ଚ୍ଚ ହେବ ୧୧ କୋଟି
ବୃଦ୍ଧି ପାଇଲା କର୍ମଚାରୀଙ୍କ ଦରମା
୨୦ ପତ୍ର ବିଡ଼ା ୧ ଟଙ୍କା ୬୦ ପଇସାକୁ ବୃଦ୍ଧି
ତୋଳାଳି ଓ କର୍ମଚାରୀଙ୍କ ୨ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ଲେଖାଁ ସହାୟତା

କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଐତିହାସିକ କହିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଚାରମାଳରେ ଆୟୋଜିତ କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ସିଜନାଲ କର୍ମଚାରୀ ସାମିଲ ହୋଇଥିଲେ ।

ସରକାରଙ୍କ ଘୋଷଣାକୁ କର୍ମଚାରୀ ସଂଘ ସ୍ୱାଗତ କରିଥିବା ବେଳେ ବିରୋଧୀଙ୍କ ଅଭିଯୋଗ, ଲକ୍ଷ ଲକ୍ଷ କେନ୍ଦୁପତ୍ର ଶ୍ରମିକଙ୍କ ସହ ବିଶ୍ୱାସଘାତ କରି ଆସୁଛନ୍ତି ରାଜ୍ୟ ସରକାର ।

ଏପଟେ କେନ୍ଦୁପତ୍ର କର୍ମଚାରୀ ସଂଘ କହିଛି, ଆଗକୁ ଜିଏସଟି ଉଚ୍ଛେଦ ପାଇଁ ଦାବି କରାଯିବ ।