ସରକାରୀ ମେଡିକାଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ । ପାଠ ପଢ଼ା ସରିବା ପରେ ୨ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ବାଧ୍ୟ ।

228

କନକ ବ୍ୟୁରୋ: ସରକାରୀ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ଡ୍ ନିୟମ କଡାକଡି କରାଯାଇଛି । ପାଠ ପଢା ସରିବା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ବାଧ୍ୟ । ନହେଲେ ପାଠପଢା ସମୟରେ ପାଇଥିବା ଷ୍ଟାଇପେଣ୍ଡ ବା ଦରମାର ଦୁଇ ଗୁଣା ଟଙ୍କା ଦେବାକୁ ପଡ଼ିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ , ରାଜ୍ୟର ସରକାରୀ ମେଡିକାଲ କଲେଜ ବା ସର୍ବଭାରତୀୟ ସ୍ତରରେ କୋଟାରେ ଏମବିବିଏସ୍ ବା ବିଡିଏସ୍ ପଢିବାକୁ ହେଲେ ନୂଆ ବଣ୍ଡ ଦାଖଲ କରିବାକୁ ପଡ଼ିବ । ଏହି ବଣ୍ଡ ଅନୁସାରେ ପାଠ ପଢା ସରିବା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ହେବ । ବଣ୍ଡ ଦାଖଲ ନକଲେ ନାଁ ଲେଖାଯାଇପାରିବ ନାହିଁ ବୋଲି ଡିଏମଇଡି ସ୍ପଷ୍ଟ କରିଛନ୍ତି । ଡିଏମ୍ଇଟିଙ୍କ ଠାରୁ ବଣ୍ଡ ସମ୍ପର୍କରେ କୌଣସି ସୂଚନା ନପାଇବା ପର୍ଯ୍ୟନ୍ତ ରାଜ୍ୟ ମେଡିକାଲ ପରିଷଦ ଏନ୍ଓସି ଦେଇପାରିବ ନାହିଁ । ଯଦି ପାଠପଢାର ୬ ମାସ ଭିତରେ ସରକାର ଚାକିରି ଦେବାରେ ବିଫଳ ହେବେ ତେବେ ବଣ୍ଡ ସର୍ତ୍ତାବଳୀ ରଦ୍ଦ ହେବ ।