କନକ ବ୍ୟୁରୋ : ଦାଦାବଟିକୁ ନେଇ ବୋମାମାଡ଼ । ଜଟଣୀ ରାଜାବଜାରରେ ବୋମା ଫିଙ୍ଗି ଫେରାର ହୋଇଗଲେ ଦୁର୍ବୃତ । ଗତକାଲି ରାତିରେ ଜଣେ ଫ୍ୟାନ୍ ବ୍ୟବସାୟିଙ୍କ ଦୋକାନ ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ଼ରେ କିଛି କ୍ଷତି ଘଟିନଥିବା ଜଣାପଡ଼ିଛି ।
ତେବେ ପୁଲିସ୍ ଘଟଣାସ୍ଥଳରେ ପହଂଚି ଦୁର୍ବୃତଙ୍କୁ ଧରିବାକୁ ପ୍ରୟାସ ଚଳାଇଛି । ପୂର୍ବରୁ ସମ୍ପୃକ୍ତ ଦୋକାନୀଙ୍କୁ ଧମକ ମିଳିଥିବା ବେଳେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଏହି ବୋମାମାଡ଼ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/bomb-blast.jpg)