ପୂର୍ବ ଶତ୍ରୁତାରୁ ରାଜଧାନୀରେ ଫୁଟିଲା ବୋମା । ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁରରେ ଅଘଟଣ ; ଜଣେ ଗୁରୁତର, ୨୦ରୁ ଅଧିକ ଚିକିତ୍ସାଧିନ
କନକ ବ୍ୟୁରୋ: ରାଜଧାନୀରେ ଫୁଲିଲା ବୋମା ଓ ଉଡିଲା ବୋତଲ । ମଞ୍ଚେଶ୍ୱର ଥାନା ପଦ୍ମପୋଖରୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ । ରାତି ୨ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚାଲିଲା ସଂଘର୍ଷ । ଆକ୍ରମଣ ଓ ପ୍ରତିଆକ୍ରମଣରେ ଜଣେ ଯୁବକ ଗୁରୁତର, ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତିି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଂଚି ତନାଘନା ଆରମ୍ଭ କରିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ସେପ୍ଟେମ୍ବର ୧ ତାରିଖରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେତେବେଳେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ । ୨୦ରୁ ଅଧିକ ଲୋକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୂର୍ବ ଶତ୍ରୁତାକୁ ନେଇ ଏବେ ପୁଣି ଗଣ୍ଡଗୋଳ ହୋଇଛି ।