ବୋମା ଓ ଗୁଳିରେ ଥରିଲା କାମାକ୍ଷାନଗର ସହର : ଘନ ଘନ ବୋମାମାଡ ସହ ଫୁଟିଲା ୪ରୁ ୫ ରାଉଣ୍ଡ ଗୁଳି ; ଜଣେ ମୃତ, କାରଣ ଏବେ ବି ଅସ୍ପଷ୍ଟ

602

କନକ ବ୍ୟୁରୋ : ବୋମା ଆଉ ଗୁଳିରେ ଥରିଲା କାମାକ୍ଷାନଗର ସହର । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଫୁଟିଲା ୪ରୁ ୫ ରାଉଣ୍ଡ ଗୁଳି ସହ ୧୦ରୁ ୧୫ ବୋମା । ଏଥିରେ ଜଣେ ଗୁରୁତର ଆହାତ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ର ଓ ମହିମାନଗର ସାହିର ଆକାଶ ନାୟକ ଗୁରୁତର ଆହତ ହୋଇଥିଲେ ।

ସେମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗୁଳି ଓ ବୋମା ମାଡ଼ର ପ୍ରକୃତ କାରଣ ଜଣାପଡ଼ିନାହିଁ । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡ଼ିୟମ ଓ ବାଳିକା ସ୍କୁଲ ନିକଟରେ ଅନ୍ଧକାର ରାତିରେ ଘଟିଥିଲା ଏହି ଏଭଳି ରକ୍ତ ରଂଜିତ ଘଟଣା । ବିଏସଏଫ ଯବାନ ରାଜା ନାଏକଙ୍କ ଗାଡ଼ି ଉପରକୁ ବୋମାମାଡ କରାଯାଇଛି । ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।