ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମା ମାଡ । ରାଜନୈତିକ ଶତ୍ରୁତାରୁ ଏପରି ହୋଇଥିବା ସନ୍ଦେହ

ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମାମାଡ ହୋଇଛି ।

315

କନକ ବ୍ୟୁରୋ: ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମାମାଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବଳଙ୍ଗାରେ ଥିବା ତାଙ୍କ ବାସଭବନ ଉପରକୁ କେହି ଦୁର୍ବୃତ ବୋମାମାଡ କରିଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ବଳଙ୍ଗା ପୁଲିସ ଛାନଭିନ ଆରମ୍ଭ ହୋଇଛି ।

ଚଳିତ ନିର୍ବାଚନରେ ପିପିଲି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିବା ଆଶ୍ରିତ ପଟ୍ଟନାୟକଙ୍କ ବାସଭବନ ଉପରକୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ ଆସି ବୋମା ମାଡ କରିଥିବା ସୂଚନାରୁ ଜଣା ପଡିଛି । ରାଜନୈତିକ ଶତ୍ରୁତା କାରଣରୁ ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏହି ବୋମା ମାଡରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ବେଳେ ଆଶ୍ରିତ ପଟ୍ଟନାୟକଙ୍କ ଘର କବାଟ ଭାଙ୍ଗିଯାଇଛି । ବୋମା ମାଡ ଖବର ପାଇ ବଳଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।