ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ବୋମାମାଡ । ନିର୍ବାଚନକୁ ନେଇ ହିଂସାକାଣ୍ଡ ହୋଇଥିବା ଅନୁମାନ

123

କନକ ବ୍ୟୁରୋ : ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା । କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ ହୋଇଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ବୋମା ବିସ୍ଫୋରଣର ତଦନ୍ତ ଆରମ୍ଭ କରିଛି । ନିର୍ବାଚନକୁ ନେଇ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।
ପୁରୀରେ ଗରମ ହେଉଛି ନିର୍ବାଚନ । ପ୍ରଚାର ଆରମ୍ଭ ହୋଇଥିବା ବେଳେ ସାମ୍ନାକୁ ଆସିଛି ନିର୍ବାଚନୀ ହିଂସା ଭଳି ଘଟଣା । ସରପଞ୍ଚ ପ୍ରାର୍ଥୀଙ୍କ ଘର ନିକଟରେ ବୋମା ବିସ୍ଫୋରଣ ହୋଇଛି । ପୁରୀ ଚାରିନଳା ମା’ ବସନ୍ତେଇ ମନ୍ଦିର ନିକଟରେ ବୋମା ମାଡ଼ ହୋଇଛି । ଦୁଇଟି ବୋମା ଫୁଟି ସ୍ଥାନୀୟ ଅଞ୍ଚଳ ଧୂଆଁ ମୟ ହୋଇଯାଇଥିଲା । ଗୋଟିଏ ବ୍ୟାଗରେ ବୋମା ରଖାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।