ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ । ପେଟ୍ରୋଲ ଢାଲି ଗାଡି ଜାଳିଦେଲେ ଆକ୍ରମଣକାରୀ ।

Advertisment
ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ । ପେଟ୍ରୋଲ ଢାଲି ଗାଡି ଜାଳିଦେଲେ ଆକ୍ରମଣକାରୀ ।

କନକ ବ୍ୟୁରୋ: କାମାକ୍ଷାନଗରରେ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ । ସାରଙ୍ଗଧର ଷ୍ଟାଡିୟମ୍ ପଛପଟେ ଥିବା ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜ୍ ଉପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ପେଟ୍ରୋଲ ଢାଳି ପିକ୍ଅପ୍ ଭ୍ୟାନ୍ ଜାଳିଦେବା ସହ ଏକ ଦାମୀ ଗାଡି ଭାଙ୍ଗି ଦେଇଛନ୍ତି ଆକ୍ରମଣକାରୀ । ତେବେ ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ବୋମାମାଡ଼ ହେଇଛି । ପେଟ୍ରୋଲ ଢାଳି ପିକଅପ ଗାଡି ଜାଳିଦେବା ସହିତ ପାଖରେ ଥିବା ଏକ ଫରଚୁନର ଗାଡିକୁ ଭାଙ୍ଗିଦେଇଥିଲେ ଦୁର୍ବୁତ୍ତ। ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଘର ଓ ଗ୍ୟାରେଜ ଉପରେ ଏହି ବୋମାମାଡ଼ ହୋଇଛି। ତେବେ କେଉଁ କାରଣରୁ ବୋମାମାଡ ସହ ଆକ୍ରମଣକାରୀମାନେ ଗାଡି ଜାଳିଲେ ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ,ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ କାହା ସହିତ ଶତ୍ରୁତା ନଥିବା ମଧ୍ୟ କହିଛନ୍ତି । ତେବେ ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ଘରର ସମସ୍ତ ସଦସ୍ୟ ଶୋଇଥିଲେ ଆଉ ବୋମା ପଡିବାର ଶବ୍ଦ ଶୁଣି ସମସ୍ତେ ଆସି ବାହାରକୁ ଦେଖିବାରୁ ଜାଣିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe