କନକ ବ୍ୟୁରୋ: ରାଜଧାନୀରେ ବୋମାମାଡ଼, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ରବିବାର ବିଳମ୍ବତ ରାତିରେ ଏକ ସ୍କର୍ପିଓ ଗାଡି ଉପରକୁ ବୋମାମାଡ଼ କରାଯାଇଛି । ବୋମା ମାଡ଼ରେ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବାବେଳେ, ପତିଆରା ପାଇଁ ବୋମା ପକାଇ ଦୁବୃର୍ତ୍ତମାନେ ଫେରାର ହୋଇଯାଇଛନ୍ତି ।
- ବରମୁଣ୍ଡାରେ ବୋମାମାଡ
- ପୂର୍ବ ଶତ୍ରୁତା ନା ରାଜନୈତିକ ହିଂସା?
ରାଜଧାନୀରେ ଫୁଟିଲା ବୋମା । ଭାଙ୍ଗିଲା ସ୍କର୍ପିଓ । ଗୁରୁତର ଅବସ୍ଥାରେ ହସପିଟାଲ ବେଡରେ ଯୁବକ । ଖଣ୍ଡଗିରି ଥାନା ଅଧିନ ବରମୁଣ୍ଡା ଅଞ୍ଚଳରେ ଥିବା ଆପିକଲ ଅଫିସ ନିକଟରେ ଭୋର ସମୟରେ ବୋମାମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଆହତ ବ୍ୟକ୍ତି ହେଉଛନ୍ତି ରାଜେଶ ସାମନ୍ତସିଂହାର । ତଦନ୍ତବେଳେ ଜଣାପଡିଛି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସ୍କର୍ପିଓ ଭିତରେ ଜଣେ ଥିବାବେଳେ ଅନ୍ୟମାନେ ଏହି ବୋମାମାଡ କରିଛନ୍ତି । ୩ ମାସ ତଳେ ସୌଭାଗ୍ୟନଗରରେ ହୋଇଥିବା ହଣାକଟା ଘଟଣା ଏବଂ ହୋଲିରେ ମାରପିଟ ଘଟଣାର ପୁନରାବୃତ୍ତି ହୋଇଛି ବୋଲି ଚର୍ଚ୍ଚା ହେଉଛି ।
ପୂର୍ବରୁ ଏହି ଗୋଷ୍ଠୀକନ୍ଦଳ ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିବା ନଜିର ରହିଛି । ଭାଇଗିରି ଓ ନିଜର ପତିଆରା ଜାହିର କରିବାକୁ ଯାଇ ବୋମାମାଡ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଏହି ଅପରାଧୀଙ୍କୁ ସାବାଡ କରିବାକୁ ପୁଲିସ କି ପଦକ୍ଷେପ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଆକ୍ରମଣକାରୀଙ୍କ ମଧ୍ୟରୁ ୪-୫ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ଆଉ ଦୁଇଜଣଙ୍କୁ ଉଠାଇନେଇ ପଚରାଉଚରା କରାଯାଉଛି । ଉଭୟ ଗୋଷ୍ଠୀର ଏକାଧିକ ବ୍ୟକ୍ତିଙ୍କ ନାଁରେ ଥାନାରେ ଅପରାଧିକ ମାମଲା ରହିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/47-4.jpg)