ସମ୍ବଲପୁରର ପିରବାବା ଛକରେ ବୋମାମାଡ ଅଭିଯୋଗ: ପୋଡିଲା ବୁଲେଟ, କାରଣ ଏବେ ବି ଅସ୍ପଷ୍ଟ

Advertisment
ସମ୍ବଲପୁରର ପିରବାବା ଛକରେ ବୋମାମାଡ ଅଭିଯୋଗ: ପୋଡିଲା ବୁଲେଟ, କାରଣ ଏବେ ବି ଅସ୍ପଷ୍ଟ

କନକ ବ୍ୟୁରୋ: ସମ୍ବଲପୁରର ପିରବାବା ଛକରେ ବୋମାମାଡ ହୋଇଥିବା ଅଭିଯେ୍ଧଜ୍ଞ ହୋଇଛି । ଏଥିରେ ଦୁଇଜଣ ହୋଇଛନ୍ତି । ବୋମାମଡରେ ଗୋଟିଏ ବୁଲେଟ ପୋଡିଯାଇଛି । ପିରବାବ ଫ୍ଲାଏଓଭର ଉପରୁ ବୋମାମାଡ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆଜି ପ୍ରାୟ ୬ଟାର ୬.୩୦ ମଧ୍ୟରେ ହୋଇଛି । ବୋମାମାଡ ପଛରେ ପୂର୍ବଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଉତରାଂଚଳ ଆଇଜି ହିମାଂଶୁଲାଲ, ଏସପି ମୁକେଶ ଭାନୁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏହାପରେ ସ୍ଥାନୀୟ ଅଂଚଳରେ ପରିସ୍ଥିତି ଶାନ୍ତ ପଡିଛି । କିଏ ଓ କାହିଁକି ବୋମାମାଡ କଲା ତାହା ସ୍ପଷ୍ଟ ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe