କଙ୍ଗନା ରାଣାୱତ୍‌ଙ୍କ ଅଫିସ୍ ଭଙ୍ଗା ବନ୍ଦ କରିବାକୁ ‘ବି‌ଏମ୍‌ସି’କୁ ନିର୍ଦେଶ ଦେଲେ ବମ୍ବେ ହାଇକୋର୍ଟ

Advertisment
କଙ୍ଗନା ରାଣାୱତ୍‌ଙ୍କ ଅଫିସ୍ ଭଙ୍ଗା ବନ୍ଦ କରିବାକୁ ‘ବି‌ଏମ୍‌ସି’କୁ ନିର୍ଦେଶ ଦେଲେ ବମ୍ବେ ହାଇକୋର୍ଟ

କନକ ବ୍ୟୁରୋ : ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ଅଫିସ୍ ଭଙ୍ଗା ବନ୍ଦ କରିବା ଓ ଏକ ସତ୍ୟପାଠ ଦାଖଲ କରିବା ଲାଗି ‘ବୃହନ୍‌ମୁମ୍ବାଇ ମହାନଗର ନିଗମ’ (ବିଏମସି)କୁ ଆଜି ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ଆଜି ପୂର୍ବାହ୍ନରେ ‘ବି‌ଏମ୍‌ସି’ କର୍ମଚାରୀମାନେ ପହଞ୍ଚି ପୋଷପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍‌ କାର୍ଯ୍ୟାଳୟରେ ବେଆଇନ୍ ଭାବେ କରାଯାଇଥିବା କେତେକ ଢାଞ୍ଚାକୁ ଭାଙ୍ଗିବା ଆରମ୍ଭ କରିବା ମାତ୍ରେ ଓକିଲଙ୍କ ମାଧ୍ୟମରେ ସେ ବମ୍ବେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଥିଲେ କଙ୍ଗନା । ଦିନ ୧୨.୫୦ ପରେ ବିଚାରପତି ଏସ୍ କଠାୱାଲା ଏହି ଆବେଦନ ଶୁଣାଣି କରି ରହିତାଦେଶ ଜାରି କରିଥିଲେ। ସେତେବେଳକୁ ‘ବିଏମ୍‌ସି’ ତା’ର ଭଙ୍ଗା ଅଭିଯାନ ଶେଷ କରି ସାରିଥିଲା।

ଅଜି ଗଣମାଧ୍ୟମକୁ ଜଣେ ବରିଷ୍ଠ ‘ବିଏମ୍‌ସି’ ଅଧିକାରୀ କହିଥିଲେ, ନୋଟିସ୍‌ର ଜବାବ ଦେବାକୁ ଆମେ ୨୪ ଘଣ୍ଟା ସମୟ ଦେଇଥିଲୁ, କିନ୍ତୁ ସେ ଉତ୍ତର ଦେଲେନାହିଁ। ସେ ପୁଣି କହିଲେ କି, କଙ୍ଗନା ରାଣାୱାତଙ୍କ କାର୍ଯ୍ୟାଳୟ ମଧ୍ୟରେ କେତେଗୁଡ଼ିଏ ବେଆଇନ୍ ଏବଂ ଅନଧିକୃତ ନିର୍ମାଣ ହୋଇଛି। ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe