ଜଲି ଏଲଏଲବି-୨ ଫିଲ୍ମ ଭଳି ବମ୍ବେ ହାଇକୋର୍ଟରେ ହେଲା ଶୁଣାଣି । ରାତିସାରା ଉଜାଗର ରହିଲେ ବିଚାରପତି, ଗୋଟିଏ ଦିନରେ ୧୩୫ରୁ ଅଧିକ ମାମଲାର କଲେ ଶୁଣାଣି

Advertisment
ଜଲି ଏଲଏଲବି-୨ ଫିଲ୍ମ ଭଳି ବମ୍ବେ ହାଇକୋର୍ଟରେ ହେଲା ଶୁଣାଣି । ରାତିସାରା ଉଜାଗର ରହିଲେ ବିଚାରପତି, ଗୋଟିଏ ଦିନରେ ୧୩୫ରୁ ଅଧିକ ମାମଲାର କଲେ ଶୁଣାଣି

ଫିଲ୍ମ ଷ୍ଟାଇଲରେ କୋର୍ଟରେ ହେଲା ଶୁଣାଣି । ରାତି ଅଧଯାଏଁ ଚାଲିଲା କୋର୍ଟ । ତାଜୁବ ହୋଇଗଲେ ଲୋକେ । ନିକଟରେ ରିଲିଜ ହୋଇଥିବା ଜଲି ଏଲଏଲବି-୨ ଚଳଚିତ୍ରରେ ମଧ୍ୟ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ବିଚାରପତି ଭୂମିକାରେ ଥିବା ବରିଷ୍ଠ ଅଭିନେତା ସୌରଭ ଶୁକ୍ଳା ଯେଉଁଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ରାତି ତମାମ କୋର୍ଟର କାର୍ଯ୍ୟ ଜାରି ରଖିଥିଲେ ତାହାର ପୁନରାବୃତି ଘଟିଛି ବମ୍ବେ ହାଇକୋର୍ଟରେ । ଯାହା ପୂରା ଆଇନବ୍ୟବସ୍ଥା ଉପରେ ଥିବା ଲୋକଙ୍କ ଭରସାକୁ ବଢ଼ାଇଦେଇଛି ।

publive-imageବମ୍ବେ ହାଇକୋର୍ଟ ବିଚାରପତି ଏସ୍.ଜେ.କଠାଓ୍ଵାଲାଙ୍କ କାର୍ୟ୍ୟ କରିବାର ନିଷ୍ଠା ଲୋକଙ୍କ ମନରେ ନୂତନ ବିଶ୍ୱାସ ସଞ୍ଚାର କରିଛି।ରାତି ସାଢ଼େ ୩ଟା ପର୍ଯ୍ୟନ୍ତ ମାମାଲାର ଶୁଣାଣି କରି ଏକ ନୂଆ ମିସାଲ ସୃଷ୍ଟି କରିଛନ୍ତି ଏସ୍.ଜେ.କାଠାୱାଲା ।ଶନିବାର ଠାରୁ ବମ୍ବେ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି । ଯାହାଫଳରେ ଶନିବାର ଠାରୁ ହିଁ ହାଇକୋର୍ଟ ଛୁଟି ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ହାଇକୋର୍ଟର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ ବିଚାରପତି । ସନ୍ଧ୍ୟା ୫ଟା ପରେ ସବୁ ବିଚାରପତି ଘରକୁ ଫେରି ଯାଇଥିଲେ । କିନ୍ତୁ କୋର୍ଟରୁମରେ ବସି ରହିଥିଲେ ବିଚାରପତି କଠାୱାଲା ।

publive-imageଅତ୍ୟନ୍ତ ଧୈର୍ଯ୍ୟର ସହ କୋର୍ଟରୁମରେ ରାତି ସାଢ଼େ ୩ଟା ପର୍ଯ୍ୟନ୍ତ ମାମାଲାର ଶୁଣାଣି କରି ଚାଲିଥିଲେ ବିଚାରପତି । ଗୋଟିଏ ଦିନରେ ୧୩୫ରୁ ଉଦ୍ଧ୍ୱର୍ ମାମଲାର ଶୁଣାଣି କରି ଜଷ୍ଟିସ କଠାୱାଲା ରେକର୍ଡ଼ ସୃଷ୍ଟି କରିଥିଲେ । ତେବେ ଡ଼େରି ରାତି ପର୍ଯ୍ୟନ୍ତ ମାମଲାର ଶୁଣାଣି କରିବା ପରେ ପରଦିନ ସକାଳେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜ ଅଫିସ ଚାମ୍ବରକୁ ଫେରି ବଳକା ରହିଯାଇଥିବା କାମକୁ ଶେଷ କରିଥିଲେ ।

ଜଷ୍ଟିସ କଠାୱାଲ ନିଜ କାର୍ଯ୍ୟ ନିଷ୍ଠା ପାଇଁ ସର୍ବଦା ପ୍ରଂଶସିତ ହୋଇଛନ୍ତି । କେବଳ ଡ଼େରି ରାତି ପର୍ଯ୍ୟନ୍ତ କାର୍ଯ୍ୟ କରି ନୁହେଁ ବରଂ ଅଫିସକୁ ଶୀଘ୍ର ଆସି ମଧ୍ୟ ପ୍ରଂଶସା ସାଉଁଟିଛନ୍ତି ଜଷ୍ଟିସ କଠାୱାଲ । ପ୍ରତିଦିନ ସକାଳ ୧୦ଟାରେ କୋର୍ଟର କାର୍ଯ୍ୟ ଆରମ୍ଭ କରୁଥିବା ଜଷ୍ଟିସ କଠାୱାଲ ସନ୍ଧ୍ୟା ୫ଟା ପରେ ମଧ୍ୟ କୋର୍ଟ ରୁମରେ ମାମାଲାର ଶୁଣାଣି କରିଥାନ୍ତି । କିନ୍ତୁ ରାତି ୩.୩୦ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ କଠାୱାଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe