ଆରୟନ ଖାନଙ୍କ ବେଲ୍ ଅର୍ଡର ଜାରି: ମାନିବାକୁ ପଡିବ ଏହି ସବୁ ସର୍ତ୍ତ

129

କନକ ବ୍ୟୁରୋ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କ ବେଲ ଅର୍ଡର ଜାରି ହୋଇଛି । ୫ ଫର୍ଦ୍ଦର ବେଲ ଅର୍ଡର ଜାରି କଲେ ବମ୍ବେ ହାଇକୋର୍ଟ । ୧ ଲକ୍ଷ ଟଙ୍କା ଜାମିନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏଥିରେ କୁହାଯାଇଛି । ସେହିପରି ପ୍ରତି ଶୁକ୍ରବାର ଏନସିବିରେ ହାଜିର ହେବେ ଆରୟନ । ମୁମ୍ବାଇ ବାହାରକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୁମ୍ବାଇ ବାହାରକୁ ଗଲେ ତଦନ୍ତ ଅଧିକାରୀଙ୍କ ଅନୁମତି ନେବେ ।

ଆରୟନଙ୍କୁ ଡ୍ରଗ୍ସ ମାମଲାରେ ଗତକାଲି ଜାମିନ ମିଳିଛି । ଆରୟନଙ୍କ ଜାମିନ୍ ମିଳିବା ପରେ ଶାହାରୁଖ ଖାନଙ୍କ ପରିବାରକୁ ଫେରିଛି ଖୁସି । ଖୁସି ବ୍ୟକ୍ତ କରିବାକୁ ମନ୍ନତ ବାହାରେ ଏକାଠି ହୋଇଥିଲେ ଶାହାରୁଖ ଓ ଆରୟନଙ୍କ ପ୍ରଶଂସକ । ଅନ୍ୟପଟେ ପୁଅ ଆରୟନଙ୍କୁ ବେଲ୍ ମିଳିବା ପରେ ଖୁସିରେ କାନ୍ଦି ପକାଇଥିଲେ ଶାହାରୁଖ୍ । ଲୁହକୁ ରୋକି ପାରିନଥିଲେ କିଙ୍ଗ୍ ଖାନ୍ ।