ତୁଟୁନି ତେଜପାଲଙ୍କ ଅଡୁଆ । ଦୁଷ୍କର୍ମ ମାମଲାରେ ନୋଟିସ ଜାରି କଲେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ।

158

କନକ ବ୍ୟୁରୋ : ଦୁଷ୍କର୍ମ ଅଭିଯୋଗରୁ ଦୋଷମୁକ୍ତ ହେବା ପରେ ବି ତରୁଣ ତେଜପାଲଙ୍କ ଅଡୁଆ ତୁଟିନି । ତେହଲକାର ପୂର୍ବତନ ମୁଖ୍ୟ ସଂପାଦକ ତରୁଣ ତେଲପାଲଙ୍କ ମାମଲାରେ ତଳ କୋର୍ଟ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟର ଗୋଆ ବେଂଚ୍ । ତେଜପାଲଙ୍କୁ ଦୋଷମୁକ୍ତ କରିବା ନିଷ୍ପତି, ଦୁଷ୍କର୍ମ ପୀଡିତାଙ୍କୁ ନିୟମାବଳୀ ଦେବା ଭଳି । କାରଣ ସେଥିରେ ଉଲ୍ଲେଖ କରାଯାଇଛି ଯେ, ଏପରି ମାମଲାରେ ପୀଡିତାଙ୍କୁ କିପରି ବ୍ୟବହାର କରିବା ଉଚିତ୍ । ଗୋଆ ସରକାରଙ୍କ ଆବେଦନ ପରେ ତେଜପାଲଙ୍କୁ ନୋଟିସ୍ ଜାରି କରିଛନ୍ତି ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ।

ତେହଲକା ମୁଖ୍ୟ ତରୁଣ ତେଜପାଲଙ୍କୁ ନୋଟିସ୍ ଜାରି କଲେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ । ଗୋଆ ସରକାରଙ୍କ ଆବେଦନ ପରେ ବୁଧବାର ତେହଲକାର ପୂର୍ବତନ ମୁଖ୍ୟ ସଂପାଦକଙ୍କୁ ନୋଟିସ୍ ଜାରି କରାଯାଇଛି । ଏଥିସହ ତଳକୋର୍ଟଙ୍କ ଶୁଣାଣୀ ଉପରେ ମଧ୍ୟ କଡା ଟିପ୍ପଣୀ କରିଛନ୍ତି ହାଇକୋର୍ଟ । ଟ୍ରାଏଲ କୋର୍ଟ ତେଜପାଲଙ୍କୁ ଦୋଷମୁକ୍ତ ରାୟ ଶୁଣାଣି ସମୟରେ ସେହିଭଳି ପରିସ୍ଥିତିରେ ପୀଡିତାର ପ୍ରତିକ୍ରିୟା କିପରି ହେବା ଉଚିତ, ସେନେଇ ଯେଉଁ ଟିପ୍ପଣୀ କରିଥିଲେ ତାହା ନିନ୍ଦନୀୟ । ତଳକୋର୍ଟଙ୍କ ରାୟ-ଦୁଷ୍କର୍ମ ପୀଡିତାଙ୍କ ଆଚାର, ବ୍ୟବହାରର ନିୟମାବଳୀ ସଦୃଶ ବୋଲି ବିଚାରପତି ଏସସି ଗୁପ୍ତେ ଶୁଣାଣୀ ବେଳେ କହିଛନ୍ତି । ତେଜପାଲଙ୍କୁ ଦୋଷମୁକ୍ତ ରାୟ ବିରୋଧରେ ଗୋଆ ସରକାରଙ୍କ ଆବେଦନ ଉପରେ ଆସନ୍ତା ଶୁଣାଣୀ ୨୪ଜୁନ୍ରେ କରାଯିବ । ଏହି ସମୟ ଭିତରେ ମାମଲା ସଂପର୍କିତ ସମସ୍ତ ଦସ୍ତାବିଜକୁ ଏକାଠି କରି ଦାଖଲ କରିବାକୁ ଆଦେଶ ଦେଇଛନ୍ତି ଖଣ୍ଡପୀଠ ।

ଗୋଆ ସରକାରଙ୍କ ପକ୍ଷ ରଖିଥିବା ସଲିସିଟର ଜେନେରାଲ ତୁଷାର ମେହଟା ତଳ କୋର୍ଟଙ୍କ ରାୟଙ୍କୁ ବମ୍ବେ ହାଇକୋର୍ଟର ଗୋଆ ପୀଠଙ୍କ ସାମ୍ନାରେ ରଖିଥିଲେ । ଯେଉଁଥିରେ ପୀଡିତାଙ୍କୁ ଅପମାନ କଲା ଭଳି ମନ୍ତବ୍ୟ ଦିଆଯାଇଛି । ତେଜପାଲଙ୍କୁ ଜାମିନ ୍ବେଳେ ଟ୍ରାଏଲ କୋର୍ଟ କହିଥିଲେ ଯେ, ପିଡୀତା ବୁଦ୍ଧିମତୀ ଏବଂ ଶାରୀରିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ । ଯୌନ ଶୋଷଣ ସମୟରେ ସେ ତେଜପାଲଙ୍କୁ ବିରୋଧ କରିପାରିଥାନ୍ତେ । କୌଣଷି ଦୁଷ୍କର୍ମ ପୀଡିତାଙ୍କ ଉପରେ ଏଭଳି ଟିପ୍ପଣୀ ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି କୋର୍ଟରେ କହିଥିଲେ ତୁଷାର ମେହଟା ।

ନଭେମ୍ବର ୨୦୧୩ରେ ତେଜପାଲଙ୍କ ବିରୋଧରେ ଜଣେ ମହିଳା ସହକର୍ମୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହିମାମଲାର ଶୁଣାଣି କରି ମେ ୨୧ ତାରିଖରେ ଟ୍ରାଏଲ କୋର୍ଟର ବିଚାରପତି କ୍ଷମା ଯୋଶୀ ତେହଲକା ପତ୍ରିକା ମୁଖ୍ୟ ତରୁଣ ତେଜପାଲଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ତେବେ ଘଟଣାର ପରବର୍ତୀ ଶୁଣାଣୀ ବମ୍ବେ ହାଇକୋର୍ଟର ଗୋଆ ପୀଠ ଆସନ୍ତା ଜୁନ୍ ୨୪ରେ କରିବେ ।