କନକ ବ୍ୟୁରୋ : ତାଳଚେରର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର କ୍ୟାମ୍ପ ପରିସରରେ ବୋମା ଜବତ ହୋଇଛି । ଟାଇମର ବୋମା ଜବତ ପରେ କିଏ ଓ କାହିଁକି ଏହି ବୋମା ରଖିଛି ସେ ନେଇ ତନାଘନା ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ବ କରିଛି । ତେବେ ତାଳଚେର ବିଧାୟକ ଏହି ବମ କେହି କୁଚକ୍ରୀ ବ୍ୟକ୍ତି ପକାଇ ଥାଇପାରନ୍ତି ବୋଲି ଅନୁମାନ କରୁଛନ୍ତି । ବମ ସ୍କ୍ୱାର୍ଡ ଟିମକୁ ଡକାଯାଇଛି ଏବଂ ସେମାନେ ଆସିଲେ ବୋମା ରଖିବାର ସତ୍ୟତା ଜଣାପଡିବ ବୋଲି ତାଳଚେର ଏସଡିପିଓ ମାନସ ବାରିକ କହିଥିବା ସୂଚନା ରହିଛି ।

Advertisment