କନକ ବ୍ୟୁରୋ : ବିମାନରେ ବୋମା । ଇରାନର ରାଜଧାନୀ ତେହରାନରୁ ଚୀନ ଯାଉଥିବା ଆର ଏନ ୦୮୧ ଯାତୀବାହୀ ବିମାନରେ ବୋମା ଆତଙ୍କ । ଦିଲ୍ଲୀ ବିମାନ ବନ୍ଦରକୁ ଏ ନେଇ ୯ଟା ୨୦ ମିନିଟରେ ସୂଚନା ମିଳିଥିଲା । ଏହା ପରେ ଦିଲ୍ଲୀରେ ବିମାନ ଅବତରଣ କରିବାକୁ ଯୋଜନା ଥିଲା । କିନ୍ତୁ ଏହି ବିମାନକୁ ଅବତରଣ କରିବାକୁ ଅନୁମତି ଦିଆଯାଇନଥିଲା । ଏହାପରେ ବିମାନଟି ଆକାଶମାର୍ଗରେ ଚୀନ୍ ମୁହାଁ ରହିଛି ।

Advertisment

ସୁରକ୍ଷା ଅଧିକାରୀ ଏବେ ବୋମା ଆତଙ୍କ ନେଇ ସତର୍କ ହୋଇଛନ୍ତି । ଇରାନର ମହାନ ଏୟାରପୋର୍ଟ ବୋମା ବିବାଦରେ ଦିଲ୍ଲୀ ବିମାନ ବନ୍ଦରକୁ ସୂଚନା ଦେଇଥିଲେ । ଏହାପରେ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ଏଟିଏସକୁ ଖବର ଦେଇଥିଲେ । ଏଟିଏସ ଦିଲ୍ଲୀ ପରିବର୍ତ୍ତେ ଜୟପୁରରେ ବିମାନ ଅବତରଣ କରିବାକୁ ପରାମର୍ଶ ଦେଇଥିଲେ । ହେଲେ ବିମାନଟି ଜୟପୁରରେ ବି ଅବତରଣ କରିବାକୁ ଅନୁମତି ପାଇନଥିଲା । ତେବେ ଏହି ଯାତ୍ରୀବାହୀ ବିମାନରେ କେତେ ଜଣ ଯାତ୍ରୀ ରହିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ ।