କନକ ବ୍ୟୁରୋ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନକୁ ଶନିବାର ସକାଳୁ ଜରୁରୀକାଳୀନ ଅବତରଣ କରାଯାଇଛି। ଜାଣିବାକୁ ମିଳିଛି ଯେ ବିମାନଟିକୁ ବୋମା ଧମକ ମିଳିବା ପରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଚାଲୁଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି। ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ କରାଯାଇଥିବା ସୂଚନା ରହିଛି ।
ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ । ମୁମ୍ବାଇରେ ଜରୁରୀକାଳୀନ ଅବତରଣ ।
/kanak/media/post_attachments/wp-content/uploads/2024/06/Capture.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)