କନକ ବ୍ୟୁରୋ : ମଲରେ ରଖାଯାଇଛି ବୋମା । ଇମେଲ ଯୋଗେ ମିଳିଲା ଧମକ । ମଲକୁ ସମ୍ପୂର୍ଣ୍ଣ ଉଡାଇ ଦେବା ପାଇଁ ଇମେଲରେ ମିଳିଛି ଧମକ । ହରିୟାଣା ଗୁରୁଗ୍ରାମ ସହରର ଏକ ପ୍ରମୁଖ ସପିଂ ମଲ ଆମ୍ବିଏନ୍ସକୁ ମିଳିଛି ବୋମା ଧମକ । ଶନିବାର ଏହି ଧମକ ମିଳିଥିବା ନେଇ ପୋଲିସ ସୂଚନା ଦେଇଛି ।

Advertisment

"ମଲରେ କେହି ବି ବଞ୍ଚିବେନି । ସମସ୍ତଙ୍କୁ ବୋମା ପକାଇ ଉଡାଇ ଦେବୁ" .. ଏଭଳି କିଛି ଧମକ ମିଳିଛି ହରିୟାଣାର ଆମ୍ବିଏନ୍ସ ସପିଂ ମଲକୁ । ମଲ୍ ପକ୍ଷରୁ ଅଭି୍େୟାଗ ପରେ ବମ୍ ସ୍କ୍ୱାଡ ଆସି ତନାଘନା କରିଛନ୍ତି । ବିଲ୍ଡିଂରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ତେବେ କେଉଁଠି ଓ କେଉଁ ସ୍ଥାନରେ ବୋମା ରଖାଯାଇଛି, ଡଗ୍ ସ୍କ୍ୱାଡ, ପୋଲିସ ଓ ବମ୍ ସ୍କ୍ୱାଡର ଅପରେସର୍ନ ଚାଲିଛି ।

publive-image

ମଲ ଅଧିକାରୀଙ୍କ ସହ ପୋଲିସ ପଚରାଉଚରା ଜାରି ରଖିଛି । ତେବେ କେଉଁଠୁ ଏହି ଇମେଲ ପଠାଯାଇଛି, ସେନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ସର୍ଚ୍ଚ ଅପରେସନ ପରେ ମଲକୁ ଖୋଲିବା ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛି ।