କନକ ବ୍ୟୁରୋ: ମୁମ୍ବାଇର ୩ଟି ରେଳଷ୍ଟେସନ ସହ ମହାନାୟକ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉଡାଇଦେବା ପାଇଁ ମୁମ୍ବାଇ ପୋଲିସକୁ ମିଳିଲା ଏକ ଅଜ୍ଞାତ ଫୋନ କଲ । ଯାହା ପରେ ମୁମ୍ବାଇ ପୋଲିସ୍ରେ ହଇଚଇ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଶନିବାର ମୁମ୍ବାଇର ୩ଟି ପ୍ରମୁଖ ରେଳଷ୍ଟେସନ ଛତ୍ରପତି ଶିବାଜୀ ଟର୍ମିନାଲ, ଦାଦର, ବାଇକିଲ୍ଲା ରେଳଷ୍ଟେସନ ସହ ଜୁହୁରେ ଥିବା ଅମିତଭାଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କଡ୍ଡା କଡ୍ଡି କରାଯାଇଛି । ଏହି ସବୁ ସ୍ଥାନରେ ପୋଲିସ ଟିମ ପହଁଚି ତନାଘନା କରିଥିଲେ ସୁଦ୍ଧା କୌଣସି ବୋମା ମିଳିନାହିଁ । ତଥାପି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଫୋନ କଲ ପଛର ସତ୍ୟତା ଖୋଜୁଛି ପୁଲିସ । ଘଟଣାରେ ୨ଜଣଙ୍କୁ ଅଟକ ରଖାଯାଇଛି ।
ଅମିତାଭ ବଚ୍ଚନଙ୍କ ଘର ସମେତ ମୁମ୍ବାଇର ତିନୋଟି ରେଳ ଷ୍ଟେସନରେ ବୋମା ବିସ୍ଫୋରଣର ଧମକ । ମୁମ୍ବାଇ ପୋଲିସକୁ ଧମକ ଭରା ଫୋନ୍ କଲ ପରେ ମାୟାନଗରୀରେ ଜୋରଦାର ସର୍ଚ୍ଚ ଅପରେସନ୍
/kanak/media/post_attachments/wp-content/uploads/2021/08/28-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)