ସମ୍ବଲପୁରରେ ପହଞ୍ଚିିଲା ବମ୍ ସ୍କ୍ୱାର୍ଡ । କଟକରୁ ୪ ଜଣିଆ ଟିମ୍ କରୁଛନ୍ତି ତଦନ୍ତ । ସଜାଗ ପ୍ରଶାସନ ।

244

କନକ ବ୍ୟୁରୋ: ସମ୍ବଲପୁର ପୀରବାବା ଛକରେ ବୋମା ମାଡ଼ ଘଟଣାର ତଦନ୍ତ କରିବାକୁ ସମ୍ବଲପୁରରେ ପହଞ୍ଚିଲା ବମ୍ ସ୍କ୍ୱାର୍ଡ । ସହରରେ ହିଂସା ଏଡାଇବାକୁ ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ସହର ସମେତ ଜିଲ୍ଲାରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଅପିଲ୍ କରିଛନ୍ତି ।

ସିସିଟିଭି ଫୁଟେଜ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ପୋଲିସ ଓ ସାଇଂଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି । ପରିସ୍ଥିତି ବର୍ତମାନ ଶାନ୍ତ ରହିଛି, ବୋମାମାଡ଼କୁ ନେଇ ସମ୍ବଲପୁର ସହରରେ ଯେମିତି ଉତେଜନା ନବଢେ, ସାମ୍ପ୍ରଦାୟିକ ହିଂସାକାଣ୍ଡ ନଘଟେ ପ୍ରଶାସନ ସେଥିପ୍ରତି ସଜାଗ ରହିଛି । ଦରକାର ପଡିଲେ ଘଟଣା ସ୍ଥଳରେ ୧୪୪ ଧାରା ଲାଗୁ କରା ଯାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତ । ସେପଟେ ବୋମାମାଡରେ ଆହତ ୩ଜଣଙ୍କ ମଧ୍ୟରୁ ୨ଜଣ ମେଡିକାଲରୁ ଡିସଚାର୍ଜ ହୋଇସାରିଥିବା ବେଳେ ଜଣେ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ସମ୍ବଲପୁରର ପିରବାବା ଛକରେ ମଙ୍ଗଳବାର ବୋମାମାଡ ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି, ଏହି ବୋମାମଡରେ ଗୋଟିଏ ବୁଲେଟ ଗାଡି ମଧ୍ୟ ପୋଡିଯାଇଛି । ପୀରବାବ ଫ୍ଲାଏଓଭର ଉପରୁ ବୋମାମାଡ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବୋମାମାଡ ପଛରେ ପୂର୍ବଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଉତରାଂଚଳ ଆଇଜି ହିମାଂଶୁଲାଲ, ଏସପି ମୁକେଶ ଭାମୁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛନ୍ତି ।