ରାଜଧାନୀରେ ବୋମା ମାଡ଼ । ଜୁଏଲାରି ଦୋକାନ ଉପରେ ବୋମା ଫୋପାଡ଼ିଲେ ଦୁର୍ବୃତ୍ତ । ୟୁନିଟ – ୪ ରେ ଥିବା ଏହି ଜୁଏଲାରି ଦୋକାନରେ ରାତି ପାଖାପାଖି ୧୧ଟା ବେଳେ ଦୋକାନ ବନ୍ଦ କରୁଥିଲେ ମାଲିକ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ବୋମା ଫିଙ୍ଗିଥିଲେ । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ବୋମା ମାଡ଼ରେ ଜଣେ ଆହତ ହୋଇଛନ୍ତି । ଯିଏକି ଦୋକାନର ମାଲିକ ବୋଲି ସୂଚନା ରହିଛି । ତାଙ୍କ ନାଁ ରମାକାନ୍ତ । ଖବର ପାଇ ଘଟଣା ସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଂଚି ତଦନ୍ତ କରିଛି । ବୋମା ଫିଙ୍ଗିବା ପଛର କାରଣ ଜଣାପଡି ନାହିଁ । ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ ଆସିଥିଲେ ନା ବ୍ୟବସାୟିକ ଶତ୍ରୁତା ତାହା ସ୍ପଷ୍ଟ ହୋଇନି । ପୋଲିସ ଏବେ ସ୍ଥାନୀୟ ଅଂଚଳର ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଚଳାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟରେ କମିଶନରେଟ ପୋଲିସ ଏକ ସେଫ୍ ସିଟି ଅଭିଯାନ ଆରମ୍ଭ କରିଥିଲା । ବାଇକରେ ପୋଲିସ ପାଟ୍ରୋଲିଂ କରିବାକୁ ବ୍ୟବସ୍ଥା ହୋଇଥିଲା । ଯଦି ପୋଲିସ ରାତିରେ ସକ୍ରିୟ ରହିଛି ତାହେଲେ ଦୁର୍ବୃତ୍ତ କିଭଳି ବୋମାମାଡ କରି ଖସିଗଲେ?
ରାଜଧାନୀରେ ଗହଣା ଦୋକାନ ଉପରେ ବୋମାମାଡ । ମାଲିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି
/kanak/media/post_attachments/wp-content/uploads/2023/03/6-23.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)