ଗଞ୍ଜାମ ଖଲ୍ଲିକୋଟରେ ପୋଲିସ ଗାଡ଼ି ଉପରକୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ପୋଲିସ ଅଧିକାରୀ ।

Advertisment
ଗଞ୍ଜାମ ଖଲ୍ଲିକୋଟରେ ପୋଲିସ ଗାଡ଼ି ଉପରକୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ପୋଲିସ ଅଧିକାରୀ ।

କନକ ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟ ଥାନା ନୂଆ ଫାସୁଳା ଗାଁରେ ପୋଲିସ ଉପରକୁ ବୋମାମାଡ଼ । ଅଭିଯୋଗ ପାଇ ଆସିଥିବା ବେଳେ ପୋଲିସ ଗାଡ଼ି ଉପରକୁ ୪ଟି ବୋମାମାଡ଼ କରିଛି ଅଭିଯୁକ୍ତ କାଳିଆ । ତେବେ ଗାଡ଼ି ଉପରେ ବୋମା ନପଡ଼ି ନିକଟରେ ପଡ଼ିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୋଲିସ ଅଧିକାରୀ । ନୂଆ ଫାସୁଳା ଗାଁର କାଳିଆ ଓ ତା ଭଉଣୀ ମଧ୍ୟରେ ଝଗଡ଼ା ହେବା ପରେ ପୋଲିସକୁ ଡାକିଥିଲେ ପରିବାର ଲୋକେ । ତେବେ ଗିରଫ ଭୟରେ ପୋଲିସ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଛି କାଳିଆ । ଘର ଯାଞ୍ଚ କରି ୫ଟି ବୋମା ଜବତ କରିଛି ପୋଲିସ । ଏଥିସହ ଘରେ ବୋମା ରଖିବା ମାମଲାରେ ଅଭିଯୁକ୍ତ କାଳିଆର ବାପାଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe