ଆମେରିକାରେ ପ୍ରବଳ ବରଫପାତ : ଜଣେ ମୃତ, ୧୩୦୦ ରୁ ଅଧିକ ବିମାନ ବାତିଲ

Advertisment
ଆମେରିକାରେ ପ୍ରବଳ ବରଫପାତ : ଜଣେ ମୃତ, ୧୩୦୦ ରୁ ଅଧିକ ବିମାନ ବାତିଲ

source : Krishi Jagran

ଆମେରିକାରେ ଏବେ ଭୟଙ୍କର ବରଫ ଝଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଆମେରିକାର ପାହାଡ଼ିଆ ଅଂଚଳରୁ ଆରମ୍ଭ କରି ମୁଖ୍ୟ ଜନବସତି ପର୍ଯ୍ୟନ୍ତ ଲାଗି ରହିଥିବା ପ୍ରବଳ ପବନ ସାଙ୍ଗକୁ ବରଫ ଝଡ଼ ଯୋଗୁଁ ଏବେ ୧୩୦୦ରୁ ଅଧିକ ବିମାନ ବାତିଲ କରିଦିଆଯାଇଛି। କଲରାଡ଼ୋରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେଠାରେ ଅବସ୍ଥା ଭୟଙ୍କର ଥିବାରୁ ଜରୁରୀ ସ୍ଥିତି ଘୋଷଣା କରାଯାଇଛି। ଜାତୀୟ ପାଣିପାଗ ସେବା କେନ୍ଦ୍ର ପକ୍ଷରୁ କଲରାଡ଼ୋ, ୱମିଙ୍ଗ୍, ନେବ୍ରାସ୍କା ଏବଂ ଡାକୋଟାସରେ ହାଇ ଆଲର୍ଟ ଜାରି ହୋଇଛି। ପାଣିପାଗ ବିଶେଷଜ୍ଞମାନେ ଏହି ବରଫ ଝଡ଼କୁ ‘ବମ୍ ସାଇକ୍ଲୋନ୍’ ବୋଲି କହିଛନ୍ତି। କଲରାଡ଼ୋରେ ଲକ୍ଷାଧିକ ଲୋକ ବିପନ୍ନ ସ୍ଥିତିରେ ଅଛନ୍ତି। ଲୋକମାନଙ୍କୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe