ଝିମିଟି ଖେଳରୁ ମହାଭାରତ । ମାଛଧରାକୁ କେନ୍ଦ୍ରକରି କଣାସରେ ହୋଇଛି ବୋମାମାଡ଼ । ତେବେ ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତିର ସୂଚନା ମିଳିନାହିଁ  । କଣାସ ବ୍ଲକର ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି ନଦୀ କୂଳର ଉଭୟ ପାଶ୍ୱର୍ରେ ଥିବା ନଇକୂଳ ପାଟଣା ଓ ଜାଗୁଳେଇପଦର ଗାଁ ମଧ୍ୟରେ ଉତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ଉଭୟପଟୁ ଘନ ଘନ ବୋମା ମାଡ଼ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପୁଲିସ୍ ପହଂଚିଛି  । ଗଡ଼ିଶାଗଦା ପୋଲିସ ଆଇଆଇସି ଘଟଣାସ୍ଥଳରେ ଉପସ୍ଥିତ ଥିବା ସୂଚନା ଆସିଛି । 

Advertisment