ବ୍ୟବସାୟୀକ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ସାଙ୍ଗକୁ ବୋମାମାଡ । ପାର୍ଟନରସିପ ନେଇ ଗଣ୍ଡଗୋଳ, ଦୁଇଗୋଷ୍ଠୀର ୨ ଗୁରୁତର ।

456

କନକ ବ୍ୟୁରୋ: ବ୍ୟବସାୟିକ ଶତ୍ରୁତାକୁ ନେଇ ସୁନ୍ଦରଗଡ଼ରେ ଗୁଳିକାଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ ଖଣି ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ପାର୍ଟନରସିପକୁ ନେଇ ଝଗଡ଼ା ହେବାରୁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଉତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠ ବୋମା ମାଡ କରିବା ସହ ୨ଶହ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଖବର ମିଳିଛି ।

ଗୁଳିମାଡ଼ରେ ସୁନ୍ଦରଗଡ଼ର ୨ ଜ ଯୁବକ ଆହତ ହୋଇଥିବା ସୂଚନା । ଆହତ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଛତିଶଗଡର ରାୟଗଡ଼କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ୨୦୦ ରାଉଣ୍ଡ ଗୁଳି ଓ ୱୋମା ମାଡ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।