କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ହେଲା ବିସ୍ଫୋରଣ । ଶୁକ୍ରବାର ଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଯାହା ଫଳରେ ଘଟଣା ସ୍ଥଳରେ ଥିବା ଏକାଧିକ କାର୍ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ୍ ପହଞ୍ଚି ଯାଇଥିବାବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।
ଦିଲ୍ଲୀ ପୋଲିସର କହିବା ମୁତାବକ, ସେମାନେ ପ୍ରଥମେ ବ୍ଲାଷ୍ଟ ହୋଇଥିବା ନେଇ ସୂଚନା ପାଇଥିଲେ । ଏହାପରେ ସେମାନେ ତୁରନ୍ତ ସେଠାକୁ ଆସି ଛାନଭିନ୍ କରୁଛନ୍ତି । ତେବେ ଏହି ବିସ୍ଫୋରଣ କିଏ ଓ କେମିତି କଲା ସେନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ । ଘଟଣା ସ୍ଥଳରେ ଦମକଳ ବିଭାଗ ଉପସ୍ଥିତ ହେବା ସହିତ ଏକାଧିକ ଗାଡ଼ିର କାଚ ଭାଙ୍ଗି ପଡିଥିବା ନେଇ ସୂଚନା ରହିଛି। ଦିଲ୍ଲୀରେ ଆଜି ଧ୍ବଜାବତରଣ ସମାରୋହ ଚାଲିଥିବା ହେତୁ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/18-30.jpg)