କୃଷ୍ଣପ୍ରସାଦ ବ୍ଲକ ନାଥପୁରରେ ବୋମାମାଡ: ୪୦ରୁ ଅଧିକ ବୋମାମାଡ ହୋଇଥିବା ସୂଚନା

98

କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସ୍ଥିତ ନାଥପୁରରେ ବୋମା ମାଡ ହୋଇଛି । ୪୦ରୁ ଅଧିକ ବୋମାମାଡ ହୋଇଥିବା ସୂଚନା ମିଳିଛି । ଏକ ବୈଠକକୁ ନେଇ ଏହି ଉତେଜନା ଦେଖା ଦେଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସଡିପିଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ସୂଚନା ରହିଛି ।

ଜମିଜବରଦଖଲକୁ ନେଇ ଏକ ବିବାଦ ରହିଥିଲା । ଏନେଇ ଏକ ବୈଠକ ଡକାଯାଇଥିଲା । ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ଏହି ବୈଠକକୁ ଆସିବାରୁ ଉତ୍ତେଜନା ହୋଇଥିଲା । ଏହାପରେ ଏହି ଘଟଣାକୁ ନେଇ ବୋମା ମାଡ ହୋଇଥିବା ସୂଚନା ମିଳିଛି ।