କାନାଡ଼ାର ଓଣ୍ଟାରିଓ ସ୍ଥିତ ଏକ ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୮ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ବିସ୍ଫୋରଣ ପଛର କାରଣ ଏଯାଏଁ ଜଣାପଡ଼ି ନାହିଁ । ବିସ୍ଫୋରଣ ସମୟରେ ରେଷ୍ଟୁରାଣ୍ଟରେ ଲୋକମାନେ ଡିନର କରୁଥିଲେ ।
ଓଣ୍ଟାରିଓ ଅନ୍ତର୍ଗତ ମିସିସାଗୁଆ ଠାରେ ଥିବା ଏକ ସପିଙ୍ଗ୍ ପ୍ଲାଜା ‘ବମ୍ବେ ଭେଲ୍’ରେ ସ୍ଥାନୀୟ ସମୟ ୧୦ଟା ୩୦ ମିନିଟରେ ବିସ୍ଫୋରଣ ଘଟିଛି।ପରେ ପୋଲିସ ପକ୍ଷରୁ ଘଟଣାସ୍ଥଳକୁ ଏକ ବମ ସ୍କ୍ୱାର୍ଡ଼ ପଠାଯାଇଛି । ପିଲ୍ ରିଜନ୍ ପୁଲିସ କହିଛି, ଘଟଣାସ୍ଥଳକୁ ଦୁଇ ସନ୍ଦିଗ୍ଧ ଆସି ବିସ୍ଫୋରକକୁ ଫୁଟାଇବା ପରେ ସେଠାରୁ ଖସି ଯାଇଛନ୍ତି।
ବିସ୍ଫୋରଣଜନିତ ସାଙ୍ଘାତିକ ଆଘାତ ପ୍ରାପ୍ତ ତିନି ଜଣଙ୍କୁ ତୁରନ୍ତ ଟ୍ରମା କେୟାର୍ ସେଣ୍ଟରକୁ ନିଆଯାଇଛି। ଅନ୍ୟ ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି ବୋଲି କୁହାଯାଉଛି।
ବିସ୍ଫୋରଣ ପରେ ପରେ ଦୁଇ ଜଣ ସଦିଗ୍ଧ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଦୁଇ ଜଣ ସଦିଗ୍ଧ ପ୍ରାୟତଃ ସମାନ ରଙ୍ଗର ପୋଷାକ ପିନ୍ଧି ଆସିଥିଲେ । ନିଜର ପରିଚୟ ଲୁଚାଇବା ପାଇର୍ ଜ୍ୟାକେଟ ସହ ମୁଣ୍ଡରେ ବେସବଲ ଟୋପି ପିନ୍ଧିଥିଲେ । ଏବଂ ମୁହଁରେ କଳା ରଙ୍ଗର କପଡ଼ା ଗୁଡ଼ାଇ ରେଷ୍ଟୁରାଣ୍ଟ ଭିତରକୁ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଦୁହେଁ ହିଁ ବିସ୍ଫୋରଣ ଘଟାଇଥିବେ ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/mississaugua-canada-explosion.jpg)