ଦୂତାବାସ ବିସ୍ଫୋରଣ ପଛରେ ରହିଛି କାହାର ହାତ? ବୋମା ବିସ୍ଫୋରଣ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ

ଦୂତାବାସ ବିସ୍ଫୋରଣ ପଛରେ ରହିଛି କାହାର ହାତ? ବୋମା ବିସ୍ଫୋରଣ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବୋମା ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ହେଲେ ବ୍ୟବହାର ହୋଇଥିବା ବିସ୍ଫୋରକକୁ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି । ଇସ୍ରାଏଲ ସରକାର ମଧ୍ୟ ଏହାକୁ ଆଦଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ଭାରତରେ ଥିବା ଇସ୍ରାଏଲ ଅଧିକାରୀଙ୍କ ସୁରକ୍ଷା ପାଇଁ ଭାରତ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଇସ୍ରାଏଲ ଦୃଢୋକ୍ତି ପ୍ରକାଶ କରିଛି । ତେବେ ଏହି ବିସ୍ଫୋରଣର କେତେକ ଲିଙ୍କ ଏବେ ସାମ୍ନାକୁ ଆସୁଛି ।

- ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟ ବୋମା ବିସ୍ଫୋରଣର ୨୯-୨୯ କନେକ୍ସନ୍

- କୁହାଯାଉଛି ଅଳ୍ପ କ୍ଷମତା ସଂପନ୍ନ ବିସ୍ଫୋରଣ କରି ବଡ ବାର୍ତ୍ତା ଦେଇଛନ୍ତି ବିସ୍ଫୋରଣକାରୀ

- ଭାରତ-ଇସ୍ରାଏଲ କୂଟନୈତିକ ବନ୍ଧୁତାକୁ ୨୯ ବର୍ଷ ପୂରଣ ହୋଇଛି

- ୨୯ ତାରିଖରେ ବିଟିଂ ଦି ରିଟ୍ରିଟରେ ଯୋଗଦେବା ପାଇଁ ପହଞ୍ଚିଥାନ୍ତେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

- ବିସ୍ଫୋରଣରେ ଆଇଇଡି ବ୍ୟବହାର ହୋଇଥିବାରୁ ତଦନ୍ତ ପାଇଁ ଏନଆଇଏକୁ ଦିଆଯାଇପାରେ

- ବିସ୍ଫୋରଣସ୍ଥଳରୁ ନମୂନା ସଂଗ୍ରହ କରି ଏନଏସଜିର ନ୍ୟାସନାଲ ବମ ଡାଟା ସେଂଟରକୁ ଦିଆଯାଇଛି

- ଗତକାଲି ବିଳମ୍ବିତ ରାତି ଯାଏଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ

- ଆଜି ମଧ୍ୟ ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଛନ୍ତି ଅମିତ ଶାହା, ଆଜି ବି ବସିପାରେ ବୈଠକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe