ଦୂତାବାସ ବିସ୍ଫୋରଣ ପଛରେ ରହିଛି କାହାର ହାତ? ବୋମା ବିସ୍ଫୋରଣ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ

109

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବୋମା ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ହେଲେ ବ୍ୟବହାର ହୋଇଥିବା ବିସ୍ଫୋରକକୁ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି । ଇସ୍ରାଏଲ ସରକାର ମଧ୍ୟ ଏହାକୁ ଆଦଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ଭାରତରେ ଥିବା ଇସ୍ରାଏଲ ଅଧିକାରୀଙ୍କ ସୁରକ୍ଷା ପାଇଁ ଭାରତ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଇସ୍ରାଏଲ ଦୃଢୋକ୍ତି ପ୍ରକାଶ କରିଛି । ତେବେ ଏହି ବିସ୍ଫୋରଣର କେତେକ ଲିଙ୍କ ଏବେ ସାମ୍ନାକୁ ଆସୁଛି ।

– ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟ ବୋମା ବିସ୍ଫୋରଣର ୨୯-୨୯ କନେକ୍ସନ୍

– କୁହାଯାଉଛି ଅଳ୍ପ କ୍ଷମତା ସଂପନ୍ନ ବିସ୍ଫୋରଣ କରି ବଡ ବାର୍ତ୍ତା ଦେଇଛନ୍ତି ବିସ୍ଫୋରଣକାରୀ

– ଭାରତ-ଇସ୍ରାଏଲ କୂଟନୈତିକ ବନ୍ଧୁତାକୁ ୨୯ ବର୍ଷ ପୂରଣ ହୋଇଛି

– ୨୯ ତାରିଖରେ ବିଟିଂ ଦି ରିଟ୍ରିଟରେ ଯୋଗଦେବା ପାଇଁ ପହଞ୍ଚିଥାନ୍ତେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

– ବିସ୍ଫୋରଣରେ ଆଇଇଡି ବ୍ୟବହାର ହୋଇଥିବାରୁ ତଦନ୍ତ ପାଇଁ ଏନଆଇଏକୁ ଦିଆଯାଇପାରେ

– ବିସ୍ଫୋରଣସ୍ଥଳରୁ ନମୂନା ସଂଗ୍ରହ କରି ଏନଏସଜିର ନ୍ୟାସନାଲ ବମ ଡାଟା ସେଂଟରକୁ ଦିଆଯାଇଛି

– ଗତକାଲି ବିଳମ୍ବିତ ରାତି ଯାଏଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ

– ଆଜି ମଧ୍ୟ ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଛନ୍ତି ଅମିତ ଶାହା, ଆଜି ବି ବସିପାରେ ବୈଠକ