ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ବିସ୍ଫୋରଣ ମାମଲା: ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

97

କନକ ବ୍ୟୁରୋ: ପଞ୍ଜାବ ଅମୃତସର ସ୍ୱର୍ଣ୍ଣ ମନ୍ଦିର ପାଶ୍ୱର୍ରେ ପୁଣି ବୋମା ବିସ୍ଫୋରଣ । ଗତ ୫ ଦିନ ମଧ୍ୟରେ ଏହା ତୃତୀୟ ଥର ପାଇଁ ଏଭଳି ବିସ୍ଫୋରଣ ହୋଇଛି । ତେବେ ବିସ୍ଫୋରଣରେ କେହି ଆହାତ ହୋଇନଥିବା ବେଳେ ପୋଲିସ ଏ ଘଟଣାରେ ୫ ଜଣ ସନ୍ଦୀଗ୍ଧଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତ ସମସ୍ତେ ପଞ୍ଜାବର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ବୋମା ବିସ୍ଫୋରଣ କରିଥିବା ନେଇ ପୁଲିସ ଆଗରେ ସ୍ୱିକାର କରିଛି । ରାଜ୍ୟରେ ଶାନ୍ତିଶୃଙ୍ଖଳା ନଷ୍ଟ କରିବା ଉଦ୍ଦେଶ୍ୟରେ ଏଭଳି ବିସ୍ଫୋରଣ କରାଯାଉଥିବା ନେଇ କହିଛି ପୋଲିସ । ସମ୍ପୃକ୍ତ ଅଂଚଳକୁ ପୋଲିସ ସିଲ୍ କରିଥିବା ବେଳେ ଘଟଣାସ୍ଥଳରେ ଫରେନ୍ସିକ୍ ଟିମ୍ ପହଂଚି ଛାନ୍ଭିନ୍ ଚଳାଇଛି ।