ଶିକ୍ଷକଙ୍କ ଉପରକୁ ବୋମାମାଡ଼ । ବ୍ରହ୍ମପୁର ବଡ଼ ବଜାରର ରଘୁପତି ନଗରରେ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ।

792

କନକ ବ୍ୟୁରୋ: ଶିକ୍ଷକଙ୍କ ଉପରକୁ ବୋମାମାଡ଼ । ବ୍ରହ୍ମପୁର ବଡ଼ ବଜାରର ରଘୁପତି ନଗରରେ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହାଇଛନ୍ତି ଦିଗପହଣ୍ଡି ବ୍ଲକର ସିଆରସିସି ଟୁକୁନା ଭୂୟାଁ ।

ସୂଚନା ଅନୁସାରେ, ଗୁରୁବାର ରାତିରେ ଟୁକୁନା ଘରେ ବସିଥିବା ବେଳେ ହଠାତ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ବୋମାମାଡ କରି ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଟୁକୁନାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ବୋମାମାଡରେ ଟୁକୁନାଙ୍କ ଛାତି ସହ ଶରୀରର ବିଭିନ୍ନ ସ୍ଥାନର ଆଘାତ ହୋଇଛି । ଖବର ପାଇ ବଡ଼ ବଜାର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ବ୍ରହ୍ମପୁର ଏସପି ଟୁକୁନାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଟୁକୁନାଙ୍କ ପତ୍ନୀ ବ୍ରହ୍ମପୁର ଉପକଣ୍ଠ ଆମ୍ବଗଡ଼ରେ ରହୁଥିବା ବେଳେ ଟୁକୁନା ବ୍ରହ୍ମପୁରରେ ଭଡ଼ା ଘରେ ରହୁଥିଲେ । ତେଣୁ ଟୁକୁନାଙ୍କୁ କିଏ ଓ କାହିଁକି ବୋମାମାଡ କଲା, ତାହା ଜଣାପଡ଼ିନାହିଁ । ସେପଟେ ପୁଲିସ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।