କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ବୋମା ମାଡ । ଦୁର୍ବୃତ୍ତଙ୍କ ବୋମାମାଡରେ ଜଣେ ଆହତ ହୋଇଛନ୍ତି । ୫ଟି ବୋମାମାଡ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ବୋମାମାଡରେ ଆଜବେଷ୍ଟ ଘର ଭାଙ୍ଗା ଚୂରମାର ହୋଇଯାଇଛି । ପୂର୍ବ ଶତ୍ରୁତାରୁ ବୋମା ମାଡ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଜଣେ ଜେଲ ଫେରନ୍ତା ବୋମା ମାଡ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ପଚରା ଉଚରା ଆରମ୍ଭ କରିଛି ।