ଗୋଷ୍ଠୀ ସଂଘର୍ଷରୁ ବୋମାମାଡ: ଗାଁ ହୋଇଗଲା ପୁରୁଷ ଶୂନ୍ୟ

299

କନକ ବ୍ୟୁରୋ: ରାଜଧାନୀରେ ଗୋଷ୍ଠୀ ସଂଘର୍ଷ ପରେ ପୁରୁଷ ଶୂନ୍ୟ ହୋଇଯାଇଛି ଗାଁ । ମଚେଂଶ୍ୱର ଥାନା ପଦ୍ମକେଶରପୁର ଓ କେଳାସାହିର ଭୟାନକ ଗୋଷ୍ଠୀ ସଂଘର୍ଷ ହୋଇଛି । ଟେକା ପଥର ସହ ବୋମା ମାଡ ହୋଇଛି । ଦୁଇ ସାହିରେ ଏବେ ବି ଚାପା ଉତେଜନା ରହିଛି । ଶାନ୍ତି ଫେରାଇ ଆଣିବାକୁ ବ୍ୟାପକ ପୁଲିସ ମୂତୟନ ହେବା ସହ ୧୪୪ଧାରା ଜାରି କରିଛି ପ୍ରଶାସନ । ଆଉ ଗିରଫଦାରୀ ଭୟରେ ପୂରା ଗାଁ ହୋଇଯାଇଛି ପୁରୁଷ ଶୂନ୍ୟ ।

ରାସ୍ତା ଉପରେ ପଡି ରହିଛି ହଜାର ହଜାର ଇଟା ପଥର ଆଉ ଭଙ୍ଗା କାଚ । ପାଦ ପକାଇବାକୁ ଜାଗା ନାହିଁ । ପ୍ରାଣ ବିକଳରେ ଫ୍ରିଜ, ଟିଭି, ଏସି ଓ ଆସବାପତ୍ର ଧରି ସାହି ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି ମହିଳା । କାହା ଘରର ଝରକା ଭାଙ୍ଗିଛି ତ ପୁଣି କାହାର ମୁଣ୍ଡ ଫାଟିଛି । ଆଉ କିଏ ମାଡ ଭୟରେ ଘରକୁ ତାଲା ପକାଇ ଚାଲିଯାଇଛି । ଏକାଧିକ ଲହୁଲହାଣ ହୋଇଥିବା ବେଳେ ପୁଣି କିଏ ଗୋଡ ଭାଙ୍ଗି ହସ୍ପିଟାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛି । ଢେଲା, ପଥର, କାଚ ବୋତଲ ସାଙ୍ଗକୁ ବୋମାମାଡ । ଭୁବନେଶ୍ୱରର ମଂଚେଶ୍ୱର ଥାନା ଅଧିନ ପଦ୍ମକେଶରୀପୁର ଗାଁରେ ଏହି ଘଟଣା ଗାଁ ଭିତରେ କୋକୁଆ ଭୟ ସୃଷ୍ଟି କରିଛି । ଗାଁରେ ଶାନ୍ତି ଫେରାଇ ଆଣିବାକୁ ବ୍ୟାପକ ପୁଲିସ ମୂତୟନ ହେବା ସହ ୧୪୪ ଧାରା ଜାରି କରିଛି ପ୍ରଶାସନ । ଆଉ ଗିରଫଦାରୀ ଭୟରେ ପୂରା ଗାଁ ହୋଇଯାଇଛି ପୁରୁଷ ଶୂନ୍ୟ ।

ରାଜନୈତିକ ଗୋଷ୍ଠୀ କନ୍ଦଳ ଯୋଗୁଁ ପଦ୍ମକେଶରୀପୁରରେ ଏଭଳି ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା କହୁଛନ୍ତି ଗ୍ରାସବାସୀ । ଗୁରୁବାର ବିଳମ୍ବିତ ରାତିରେ ହଠାତ ଦୁଇ ସାହି ଭିତରେ ବିବାଦ ଦେଖିବାକୁ ମିଳିଥିଲା । ଢେଲା ପଥର, କାଚ ବୋତଲ ମାଡ ସହ ବୋମାମାଡ ହୋଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ଆଉ ପରସ୍ପର ଉପରେ ଏନେଇ ଦୋଷ ଲଦିଛନ୍ତି ।

ପୂର୍ବରୁ ଏହିଭଳି ଗୋଷ୍ଠୀ ସଂଘର୍ଷକୁ ନେଇ ଦୁଇ ସାହି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗତ ସେପ୍ଟେମ୍ବର ୧ ତାରିଖରେ ଉଭୟ ପକ୍ଷର ପ୍ରାୟ ୨୦ଜଣଙ୍କୁ ଗିରଫ କରିଥିଲା ପୁଲିସ । ଗୁରୁବାର ଘଟିଥିବା ଘଟଣା ପଛରେ କିଏ ଓ କାହିଁିକି ଘଟାଇଛି ସେନେଇ ତଦନ୍ତ ଜାରି ରଖିଛି ପୁଲିସ ।