କନକ ବ୍ୟୁରୋ: ସମ୍ବଲପୁର ପୀରବାବା ଛକରେ ବୋମା ମାଡ଼ ଘଟଣା, ସମ୍ବଲପୁର ସହର ସମେତ ଜିଲ୍ଲାରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅପିଲ୍ । ସିସିଟିଭି ଫୁଟେଜ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ପୋଲିସ ଓ ସାଇଣ୍ଟିିଫିକ୍ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ପରିସ୍ଥିତି ବର୍ତ୍ତମାନ ଶାନ୍ତ ରହିଛି, ବୋମାମାଡ଼କୁ ନେଇ ସମ୍ବଲପୁର ସହରରେ ଯେମିତି ଉତେଜନା ନବଢେ, ସାମ୍ପ୍ରଦାୟିକ ହିଂସାକାଣ୍ଡ ନଘଟେ ପ୍ରଶାସନ ସେଥିପ୍ରତି ସଜାଗ ରହିଛି । ଦରକାର ପଡିଲେ ଘଟଣା ସ୍ଥଳରେ ୧୪୪ ଧାରା ଲାଗୁ କରା ଯାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତ । ସେପଟେ ବୋମାମାଡରେ ଆହତ ୩ଜଣଙ୍କ ମଧ୍ୟରୁ ୨ଜଣ ମେଡିକାଲରୁ ଡିସଚାର୍ଜ ହୋଇସାରିଥିବା ବେଳେ ଜଣେ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ସମ୍ବଲପୁରର ପିରବାବା ଛକରେ ମଙ୍ଗଳବାର ବୋମାମାଡ ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି, ଏହି ବୋମାମଡରେ ଗୋଟିଏ ବୁଲେଟ ଗାଡି ମଧ୍ୟ ପୋଡିଯାଇଛି । ପୀରବାବ ଫ୍ଲାଏଓଭର ଉପରୁ ବୋମାମାଡ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ବୋମାମାଡ ପଛରେ ପୂର୍ବଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଉତରାଂଚଳ ଆଇଜି ହିମାଂଶୁଲାଲ, ଏସପି ମୁକେଶ ଭାମୁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/1-33.jpg)