କନକ ବ୍ୟୁରୋ: ହାଇଦ୍ରାବାଦରୁ ଚେନ୍ନାଇ ଯାଉଥିବା ବିମାନରେ ବୋମ ନେଇ ସୂଚନା ମିଳିବାପରେ ଏହାର ଜରୁରୀ ଅବତରଣ ହୋଇଛି । ଚୌଧୁରୀ ଚରଣ ସିଂ ବିମାନ ବନ୍ଦରରେ ବିମାନର ଏମରଜେନ୍ସି ଲାଣ୍ଡିଂ ହୋଇଛି । ଅବତରଣ ପରେ ପ୍ରଥମେ ବିମାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା । ତେବେ ବିମାନରେ କୌଣସି ବୋମା ନଥିବା ସୂଚନା ମିଳିଛି । ତେବେ ବୋମା ନେଇ ସୂଚନା ଦେଇଥିବା ବ୍ୟକ୍ତିକୁ ହାଇଦ୍ରାବାଦରୁ ଗିରଫ କରିଛି ପୁଲିସ ।
ପୁଲିସର ସୂଚନା ଅନୁସାରେ ହାଇଦ୍ରାବାଦରୁ ବୋମା ନେଇ ସୂଚନା ଦିଆଯାଇଥିଲା । ଏନେଇ ଖବର ମିଳିବା ପରେ ଫ୍ଲାଇଟକୁ ଜରୁରୀ ଅବତରଣ କରାଯାଇଥିଲା । ବୋମାର ସୂଚନା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା । ତେବେ ସେଥିରୁ କୌଣସି ଜିନିଷ ନ ମିଳିବା ପରେ ଲୋକେ ଆରାମରେ ନିଶ୍ୱାସ ମାରିଛନ୍ତି । ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହା ପୂର୍ବରୁ ଅହମ୍ମଦାବାଦ-ଦିଲ୍ଲୀ ଯାଉଥିବା ବିମାନରେ ବୋମା ନେଇ ସୂଚନା ମିଳିଥିଲା । ତେବେ ସେତେବେଳେ ମଧ୍ୟ କୌଣସି ବୋମା ଉଦ୍ଧାର ହୋଇନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/glighay.jpg)