ନକ୍ସଲ ଆକ୍ରମଣର ନୂଆ ତରିକା: ପାଳଭୂତ ଭିତରେ ବୋମା ରଖି ସିଆରପିଏଫ୍ କ୍ୟାମ୍ପ ଉଡାଇବାକୁ ଯୋଜନା

ବୋମା ଜବତ କରି ନିଷ୍କିୟ କଲେ ଯବାନ

163

କନକ ବ୍ୟୁରୋ: ନକ୍ସଲ ଆକ୍ରମଣର ନୂଆ ତରିକା । ପାଳଭୂତ ଭିତରେ ବୋମା ରଖି ସିଆରପିଏଫ୍ କ୍ୟାମ୍ପ ଉଡାଇବାକୁ ଯୋଜନା କରୁଛନ୍ତି ମାଓବାଦୀ । ଏହାର ସୁରାକ ପାଇବା ପରେ ବୋମା ଜବତ କରି ନିଷ୍କ୍ରିୟ କରିଛନ୍ତି ସିଆରପିଏଫ ଯବାନ ।

ମାଓବାଦୀଙ୍କ ନୂଆ ରଣନୀତି । ଯବାନଙ୍କୁ ଟାର୍ଗେଟ କରି କ୍ୟାମ୍ପ ନିକଟରେ ଦୁଇଟି ପାଳଭୁତ ଛିଡା କରି ତଳେ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଖଂଜି ଥିଲେ ମାଓବାଦୀ । ଯବାନ କିମ୍ବା ଯେ କେହି ଏହି ଲ୍ୟାଣ୍ଡମାଇନରେ ହାତ ଲଗାଇବା ମାତ୍ରକେ ମୃତ୍ୟୁ ସୁନିଶ୍ଚିତ ହୋଇଥାନ୍ତା । ତେବେ ଯବାନଙ୍କ ପାଇଁ ଲାଲବାହୀନ ପ୍ରସ୍ତୁତ କରିଥିବା ଏହି ମୃତ୍ୟୁର ଜାଲକୁ ନିଷ୍କ୍ରିୟ କରିଦେଇଛନ୍ତି ସିଆଇରପିଏଫ୍ ।

ଯବାନ ମାନେ ବୋମା ଖଂଜା ଯାଇଥିବା ଏହି ପାଳଭୁତ ଦେହରୁ ବୋମା ଉଦ୍ଧାର କରି ତାକୁ ନିଷ୍କ୍ରିୟ କରିଦେଇଛନ୍ତି । ତେବେ ଛତିଶଗଡ ଦାନ୍ତେବାଡାର କୋଣ୍ଡାବାଲସାରେ ଏହି ଘଟଣା ଘଟିଥିବା ବେଳେ ସାଧାରଣତଃ ଏମିତି ମରଣଯନ୍ତାର ଶିକାର ହୋଇ ସାଧାରଣ ଲୋକେ ପ୍ରାଣ ହରାଇଥିବା ନେଇ ଅନେକ ନଜିର ରହିଛି ।