କନକ ବ୍ୟୁରୋ : ନିଶା କଥା ଦୁରେ ଥାଉ, ଆମେ ତ’ ସିଗରେଟ୍ ବି ଟାଣୁନା । କିଛି ଏହି ମର୍ମରେ ବୟାନ ରଖିଛନ୍ତି ନିଶା କାରବାର ମାମଲାରେ ଛନ୍ଦି ହୋଇଥିବା ୪ ଜଣ ଅଭିନେତ୍ରୀ । ବଲିଉଡ ଡ୍ରଗ୍ସ କନେକ୍ସନ୍ ମାମଲାର ତଦନ୍ତ କରୁଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ବା ଏନସିବି ଆଗରେ ଏଭଳି ବୟାନ ରଖିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂ । ଏହି ୪ଜଣ ଅଭିନେତ୍ରୀଙ୍କୁ ଘଂଟା ଘଂଟା ଧରି ଜେରା କରିଛି ଏନସିବି । ଆଉ ଏହି ଜେରା ବେଳେ ପାରୁ ପର୍ଯ୍ୟନ୍ତ ମାମଲାରୁ ବଂଚିବାର ଉଦ୍ୟମ କରିଛନ୍ତି ଏହି ୪ ଜଣ ଅଭିନେତ୍ରୀ । ଏମିତି କି ଜେରା ବେଳେ ଦୀପିକା ପାଦୁକୋନ କାନ୍ଦି ପକାଇଥିଲେ । ଆଉ ଏହାକୁ ଦେଖି ଏନସିବି ଅଧିକାରୀମାନେ ଦୀପିକାଙ୍କୁ କହିଥିଲେ, କାନ୍ଦିବା ବଦଳରେ ଯାହା ପଚରାଯାଉଛି ତାହା କହିଲେ, ଶୀଘ୍ର ଜେରା ସରିବ ।
ବଡ଼ କଥା ହେଉଛି, ଦୁଇ ଦୁଇଟି ପାର୍ଟି କଥା କୁହଯାଉଛି । ଗୋଟିଏ ପାର୍ଟି ଯାହାର ଫିଲ୍ମ ନିର୍ମାତା କରନ୍ ଜୋହରଙ୍କ ଘରେ ଏବଂ ଆଉ ଗୋଟିଏ ଦୀପିକା ପାଦୁକୋନଙ୍କ ଘରେ ହୋଇଥିଲା । ଆଉ ଏହି ଦୁଇଟି ପାର୍ଟରେ ବଲିଉଡର ଅନେକ ଅଭିନେତା ସିଗାରେଟ୍ ଟାଣୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ହେଲେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଯେତେବେଳେ ଏନସିବି ଜେରା କରୁଛି, ଦୀପିକା ପାଦୁକୋନ, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂ ସିରାଗେଟ୍ ମଧ୍ୟ ଟାଣୁନଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/14-37.jpg)