କନକ ବ୍ୟୁରୋ : ସେ ଡ୍ରଗ୍ସ କାରବାର ହେଉ କି କାଷ୍ଟିଂ କାଉଚ, କିମ୍ବା ବେଆଇନ ଅର୍ଥ କାରବାର ହେଉ ସବୁବେଳେ ବିବାଦ ଭିତରେ ରହିଛି ବଲିଉଡ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡର ଅନେକ ଆଗଧାଡିର କଳାକାର ସନ୍ଦେହ ଘେରକୁ ଆସିଥିବା ବେଳେ ଏବେ ବେଆଇନ ବୈଦେଶିକ ମୁଦ୍ରା କାରବାର ନେଇ ଅଭିନେତ୍ରୀ ୟାମୀ ଗୌତମଙ୍କୁ ନୋଟିସ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।

Advertisment

ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ ପଚରା ଉଚରା କରିବାକୁ ଇଡି ନୋଟିସ୍ କରିଛି । ବୈଦେଶିକ ମୁଦ୍ର ଅଦଳ ବଦଳ ବେଳେ ଆଇନ ଉଲଘଂନ କରିଥିବା ଅଭିଯୋଗରେ ତାଙ୍କୁ ଇଡି ନୋଟିସ୍ କରିଛି । ୟାମି ଗୌତମଙ୍କୁ ଇଡିର ଏହା ଦ୍ୱିତୀୟ ନୋଟିସ । ମୁମ୍ବାଇ ଇଡିର ଜୋନ-୨ ଦ୍ୱାରା ଏହି ନୋଟିସ ଜାରି କରାଯାଇଛି ।

ସୂଚନା ମୁତାବକ ଇଡି ଜୁଲାଇ ୭ ତାରିଖରେ ହାଜର ହେବାକୁ ୟାମିଙ୍କୁ ନୋଟିସ୍ କରିଛି । ୟାମି ନିଜ ବ୍ୟାଙ୍କ ଆକାଉଣ୍ଟରେ ବେଆଇନ ଭାବେ ବିଦେଶୀ ମୁଦ୍ରା କାରବାର କରିଥିଲେ । ହେଲେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇ ନଥିବା ନେଇ ଅଭିଯୋଗ ହୋଇଥିଲା । କହିରଖୁ କି କିଛିଦିନ ତଳେ ୟାମି ଗୌତମ ନିର୍ଦ୍ଦେଶକ ଆଦିତ୍ୟଙ୍କୁ ବାହା ହୋଇଛନ୍ତି ।