କନକ ବ୍ୟୁରୋ: ବଲିଉଡରେ ଏବେ ଭିକ୍କି-କ୍ୟାଟଙ୍କ ବାହାଘରରେ ନେଇ ବଢୁଛି ଚର୍ଚ୍ଚା । ମିଳିଥିବା ସୂଚନା ମୁତାବକ, ଦୁହେଁ ଆସନ୍ତା ମାସ ଦ୍ୱିତୀୟ ସପ୍ତାହରେ ବିବାହ କରିବାକୁ ଯାଉଥିବାବେଳେ ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଲାଣି । ହେଲେ ଏପର୍ଯ୍ୟନ୍ତ ଦୁହିଁଙ୍କ ତରଫରୁ କିନ୍ତୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । ଅନ୍ୟପଟେ ଏହି ବାହାଘରରେ ଯୋଗ ଦେବାକୁ ହେଲେ କିଛି ସ୍ପେଶାଲ ନିୟମ ମାନିବାକୁ ପଡିବ ବୋଲି ଏବେ ଖବର ମିଳିଛି ।
ସୂଚନା ମୁତାବକ, ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ରାଜସ୍ଥାନର ଏକ ଆଲିଶାନ ରିସର୍ଟରେ ହେବାକୁ ଯାଉଛି । ଯେଉଁଥିପାଇଁ ଏବେ ପ୍ରସ୍ତୁତି ଶେଷ ହେବାକୁ ବସିଲାଣି । କ୍ୟାଟ୍ରିନା କୈଫ ବି ନିଜ ବାହାଘର ପାଇଁ କାମରୁ ବ୍ରେକ୍ ନେଇସାରିଲେଣି । ଆଉ ନିଜର ନଣନ୍ଦ ଓ ଶାଶୁଙ୍କ ସହ ମିଶି ବାହାଘର କାମରେ ଲାଗିଥିବା ସୂଚନା ମିଳିଛି ।
ରିପୋର୍ଟ ମୁତାବକ, ବଲିଉଡର ଏହି ବାହାଘରରେ କିଛି ସ୍ପେଶାଲ ଲୋକଙ୍କୁ ନିମନ୍ତ୍ରଣ ମିଳିବ । ହେଲେ କୌଣସି ବି ଅତିଥିଙ୍କୁ ବିବାହ ସ୍ଥଳକୁ ମୋବାଇଲ୍ ନେଇ ଯିବାକୁ ମନା ହୋଇଛି । ଏଥିପାଇଁ ମ୍ୟାନେଜମେଣ୍ଟ ଏଜେନ୍ସିକୁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି । ସବୁ ଅତିଥିଙ୍କ ଉପରେ ସିକ୍ୟୁରିଟି ଟିମର କଡା ନଜର ରଖିବାକୁ ଉଭୟ ଭିକ୍କି ଓ କ୍ୟାଟଙ୍କ ପରିବାର ଲୋକ କହିଥିବା ସୂଚନା ମିଳିଛି । ଏହା ପଛର କାରଣ ହେଲା, ଏହି ଯୋଡି ବିବାହ ବେଳର କୌଣସି ଫଟୋ କିମ୍ବା ଭିଡିଓ ଭାଇରାଲ କରିବାକୁ ଚାହୁଁନାହାଁନ୍ତି । ଏଥିପାଇଁ ଏକ ସ୍ପେଶାଲ ଟିମ ପ୍ରସ୍ତୁତ କରାଯାଇଛି ।
ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସଙ୍କ ବିବାହରେ ମଧ୍ୟ ଏପରି ନିୟମ ଦେଖିବାକୁ ମିଳିଥିଲା । ତାଙ୍କ ବିବାହରେ କୌଣସି ବି ଅତିଥିଙ୍କୁ ବିବାହ ସ୍ଥଳକୁ ମୋବାଇଲ ନେଇ ଯିବା ମନା ହୋଇଥିଲା । ଯାହାକି ଏବେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହରେ ଦେଖିବାକୁ ମିଳିବ । ତା ସହିତ ଭିକ୍କି-କ୍ୟାଟଙ୍କ ବିବାହରେ କରଣ ଜୋହରଙ୍କ ସହିତ କବୀର ଖାନ, ରୋହିତ ସେଟ୍ଟୀ, ସଦ୍ଧାର୍ଥ ମଲହୋତ୍ରା, କିୟାରା ଆଡଭାନୀ, ବରୁଣ ଧାବନ ଓ ଅଲି ଆବାସଙ୍କ ଭଳି ସେଲିବ୍ରିଟି ସାମିଲ ହେବେ ।