ସିନେ ଜଗତରେ ଶୋକର ଛାୟା, ୭୭ ବର୍ଷ ବୟସରେ ବିକ୍ରମ ଗୋଖଲେଙ୍କ ପରଲୋକ

133

କନକ ବ୍ୟୁରୋ : ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଛି । ପୁଣେର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଗୋଖଲେଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ମରାଠୀ ଓ ହିନ୍ଦୀ ସିନେମାର ଏହି ପ୍ରସିଦ୍ଧ ଅଭିନେତା ଦୀର୍ଘ ୧୮ ଦିନ ହେବ ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସୂଚନା ମୁତାବକ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା । ଏହାପରେ ତାଙ୍କୁ ଡାକ୍ତରମାନେ ଭେଣ୍ଟିଲେଟରକୁ ନେଇଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଦେଇଥିବା ସୂଚନା ମୁତାବକ ଗୋଖଲେଙ୍କର ଅନ୍ତିମ ସଂସ୍କାର ବୈକୁଣ୍ଠ କ୍ରେମେଟୋରିୟମରେ କରାଯିବ ।

ସୂଚନା ଥାଉକି କିଛିିଦିନ ପୂର୍ବରୁ ବିକ୍ରମ ଗୋଖଲେଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ମିଥ୍ୟା ଖବର ଚାରିଆଡେ ବ୍ୟାପି ଯାଇଥିଲା । ବିକ୍ରମ ଉଭୟ ହିନ୍ଦୀ ଓ ମରାଠୀ ଭାଷାରେ ଅନେକ ସିନେମାରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିଲେ ।