ମାରେଜ୍ ପାର୍ଟିରେ ଝଲସିଲେ ବଲିଉଡ ଷ୍ଟାର : ଭାଇରାଲ ହେଲା ଶ୍ୱେତା–କରଣଙ୍କ ଡାନ୍ସ ଭିଡିଓ

53

ନିକଟରେ ବଲିଉଡ ଜଗତର ଅନେକ କଳାକାର ମାନଙ୍କୁ ଫ୍ୟାସନ୍ ଡିଜାଇନର ସନ୍ଦିପ ଖୋସଲାଙ୍କ ଝିଆରୀ ସୌଦାମିନ୍ନି ମଟ୍ଟୁଙ୍କ ରିସେପ୍ସନ ପାର୍ଟିରେ ଝୁମିଥିଲେ ଦେଖିବାକୁ ମିଳିଲା । ଏହି ରିସେପସନରେ ଡିଫରେଂଟ ଲୁକରେ ସମସ୍ତ ନଜର ଆସିଥିଲେ ଏଥି ସହିତ ସାରା –ଶ୍ୱେତା ଓ କରଣଙ୍କ ଡାନ୍ସ କରିଥିଲା କମାଲ ।

ପଲ୍ଲୁ ଲଟକେ ଗୀତରେ ଝୁମିଲେ ବିଗ ବିଙ୍କ ଲାଡଲି ଶ୍ୱେତା ବଚ୍ଚନ । ଦେଖାଇଲେ ନିଜ ଲଟକ-ଝଟକ ଅନ୍ଦାଜ । ଯାହା ଏବେ ସୋସିଆଲ ସାଇଟରେ ଖୁବ ଚର୍ଚ୍ଛା ସାଉଁଟିଲାଣି । ଭାଇରାଲ ହେଇଥିବା ଏହି ଭିଡିଓରେ ଶ୍ୱେତା ଏକ ହ୍ୱାଇଟ କଲର ଶାଢିରେ ନଜର ଆସିଛନ୍ତିି । ସେହିପରି ସୈଫ ଅଲ୍ଲିଙ୍କ ଲାଡଲି ବେଟି ସାରା ଅଲ୍ଲି ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଏକ ଅଲଗା ଅନ୍ଦାଜରେ । ସାରା ମଧ୍ୟ ଏଠି ଦେଖାଇଛନ୍ତି ନିଜ ଡ୍ୟାନ୍ସର ଜଲୱା । ସିଲଭର ରଙ୍ଗର ଶାଢିରେ ସାରାଙ୍କ ଗ୍ଲାମରସ ଲୁକ ଆଉ ତାଙ୍କ ଧମାକେଦାର ଡ୍ୟାନ୍ସ ଏବେ ସୋସିଆଲ୍ ସାଇଟରେ ହୋଇଛି ଭାଇରାଲ । ଶାତ ସମୁନ୍ଦର ଗୀତରେ ହଟ ଅନ୍ଦାଜରେ ଡାନ୍ସ କରୁଥିଲେ ସାରା ।

ଖାଲି ସାରା ଓ ଶ୍ୱେତା ହିଁ ନୁହଁନ୍ତି ଫିଲ୍ମ ମେକର କରଣ ଜୋହରଙ୍କ ଡାନ୍ସ ମଧ୍ୟ ରିସେପ୍ସନରେ କରିଥିଲା ଧମାଲ । ରାଧା ତେରି ଚୁନରି ଗୀତରେ ବେଶ ମତୁୱାଲା ହୋଇ ଡ୍ୟାନ୍ସ କରିଥିଲେ କରଣ । କରଣଙ୍କ ଡାନ୍ସରେ ଖୁସି ହୋଇ ତାଙ୍କୁ ବଧାୟି ଦେଇଥିଲେ ଜୟା ବଚ୍ଚନ । ସେହିପରି ଅଭିନେତ୍ରୀ ଡିମ୍ପଲ କପାଡିଆ ମଧ୍ୟ ଏହି ଅବସରରେ ଡାନ୍ସିଂ ମୁଡରେ ନଜର ଆସିଥିଲେ । ଜୟ ଜୟ ଶିବଶଙ୍କର ବାଜିବା କ୍ଷଣି ନିଜକୁ ରୋକି ପାରିନଥିଲେ ଡିମ୍ପଲ ଓ ଗୀତର ତାଳେ ତାଳେ ଝୁମିଥିଲେ । ଅନ୍ୟପଟେ ଅଭିନେତ୍ରୀ ସୋନମ କପୁର ବି ନିଜ ଫିଲ୍ମ ପ୍ରେମ ରତନ ଧନ ପାୟୋ ଗୀତରେ ବେଶ ଝୁମିଥିଲେ ଏହି ପାର୍ଟିରେ । ବଲିଉଡ ସେଲିବ୍ରିଟିଙ୍କ ମାରେଜ ପାର୍ଟି ହୋଇଥାଏ କିଛି ଏହି ପ୍ରକାର ରଙ୍ଗୀନ ।