ଏବେ ଦେଶର ସବୁଠାରୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନିଙ୍କ ଝିଅ ଈଶା ଅମ୍ବାନିଙ୍କ ବାହାଘରର ଏକ ଭିଡିଓ ଦେଖିବାକୁ ମିଳୁଛି। ଏଥିରେ କେତେକ ବଲିଉଡ ଷ୍ଟାର୍ ଅତିଥିମାନଙ୍କୁ ଖାଦ୍ୟ ପରଷୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତା’ପରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା,ଯେଉଁ ଥିରେ ଐଶ୍ୱର୍ୟ୍ୟା ରାୟ ବଚ୍ଚନ,ଆରାଧ୍ୟା ବଚ୍ଚନ,ଅଭିଷେକ ବଚ୍ଚନ ଓ ଶାହାରୁଖ୍ ଖାନ୍ ମଧ୍ୟ ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରୁଛନ୍ତି। ଶାହାରୁଖ ଯେଉଁମାନଙ୍କୁ ଖାଦ୍ୟ ପରିବେଷଣ କରୁଛନ୍ତି,ସେମାନଙ୍କ ସହ କଥାବାର୍ତ୍ତା ବି ହେଉଥିବାର ଦୃଶ୍ୟ ରହିଛି ଏହି ଭିଡିଓରେ। ଏଥିରେ ଯେମିତି ଲାଗୁଥିଲା ଯେ ଶାହାରୁଖ୍ ଖାନ୍ କନ୍ୟା ଘରର ଲୋକ।
ଐଶ୍ୱର୍ୟ୍ୟା ଅତିଥିମାନଙ୍କୁ ମିଷ୍ଟାନ୍ନ ବାଣ୍ଟୁଥିବାର ଦେଖିବାକୁ ମିଳିଛି। ତାଙ୍କ ସହିତ ଆରାଧ୍ୟା ମଧ୍ୟ ଅଛନ୍ତି। ମାଆ-ଝିଅଙ୍କ ବ୍ୟତୀତ ବାପା ଅଭିଷେକ ବଚ୍ଚନ ମଧ୍ୟ ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳିଛି। ଏହି ଭବ୍ୟ ବିବାହ ଉତ୍ସବରେ ବଲିଉଡର ଅଧିକାଂଶ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/765448-00-ambanis.jpg)