ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ ଆଗେଇ ଆସିଲା ବଲିଉଡ୍ । ନୂଆ ଓଡିଶା ଗଢିବା ପାଇଁ ସହାୟତାର ହାତ ମାଗିଲେ ଶିଳ୍ପା ସେଟ୍ଟୀ ଓ ଅନୁରାଗ ବାଶୁ ।

1,135

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ପ୍ରଭାବରେ ଛାରଖାର ହୋଇଯାଇଛି ଅଧା ଓଡିଶା । ଓଡ଼ିଶାକୁ ପୁଣି ଥରେ ସୁନ୍ଦର କରି ଗଢ଼ି ତୋଳିବା ସଂକଳ୍ପରେ ବଲିଉଡ୍‌ ବି ସାମିଲ୍‌ ହୋଇଛି । ଜାତୀୟ ଚ୍ୟାନେଲ୍‌ ସୋନି ଟିଭିରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ ବାଶୁ ଓ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓଡ଼ିଶାର ସହାୟତା ଉଦେଶ୍ୟରେ ହାତ ବଢ଼ାଇବା ପାଇଁ ଲୋକଙ୍କୁ କହୁଥିବାର ବିଜ୍ଞାପନ ଦେଖିବାକୁ ମିଳିଛି ।

‘ତୋଫାନ ଯେତେ ବି ବଡ଼ ହେଉ, ସବୁ ତୋଫାନ ସହ ଲଢ଼ିବା ଆମେ । ନା ଏକା କେବେ ଛାଡ଼ିଥିଲୁ ନା ଏକା କେବେ ଛାଡ଼ିବୁ ଆମେ । ଯେଉଁ ଘର ଉଜୁଡି ଯାଇଛି ତାହାକୁ ପୁଣି ଥରେ ସଜାଡ଼ିବୁ ଆମେ । ସବୁ କ୍ଷତରେ ମଲମ ଲଗାଇବୁ ଆମେ । ଆସନ୍ତୁ, ବଢ଼ାନ୍ତୁ ସାହାଯ୍ୟର ହାତ । ଓଡ଼ିଶାକୁ ନିଜର ସାଥ୍‌ ଦିଅନ୍ତୁ । ଆପଣ ନିଜର ଯୋଗଦାନ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫାଣ୍ଠିରେ http://cmrfodisha.gov.in/ ଜରିଆରେ ଦେଇପାରିବେ ।’ ବୋଲି ଅନୁରାଗ ଓ ଶିଳ୍ପା କହୁଥିବାର ଦେଖିବାକୁ ମିଳିଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ବଲିଉଡ୍‌ ଷ୍ଟାର୍‌ ଅକ୍ଷୟ କୁମାର ଓଡ଼ିଶାକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରି ସାରିଛନ୍ତି ।