ଓଡିଶାରେ ବଲିଉଡ୍ ଷ୍ଟାରଙ୍କ ପ୍ରଚାର ! ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ଅଫତାବ୍ ଓ ଅମିଷା ପଟେଲ୍ ।

Advertisment
ଓଡିଶାରେ ବଲିଉଡ୍ ଷ୍ଟାରଙ୍କ ପ୍ରଚାର ! ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ଅଫତାବ୍ ଓ ଅମିଷା ପଟେଲ୍ ।

କନକ ବ୍ୟୁରୋ : ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କସରତ । କମ୍ପୁଛି ପ୍ରଚାର ମଇଦାନ । ଭୋଟ ହାତେଇବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ତେବେ ସମ୍ବଲପୁରରେ ଆଜି ଜମିଥିଲା ନିର୍ବାଚନୀ ପ୍ରଚାର ।

ସମ୍ବଲପୁର ରେଙ୍ଗାଲୀ ଠାରେ ଆଜି ଜୋରଦାର ପ୍ରଚାର କରିଛି ବିଜୁ ଜନତା ଦଳ । ତେବେ ବିଜେଡି ପାଇଁ ପ୍ରଚାର କରିଛନ୍ତି ବଲିଉଡ୍ ଷ୍ଟାର ଅଫତାବ ଏବଂ ଅମିଷା ପଟେଲ । ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିବା ବେଳେ, ଓଡିଶା ଆସି ଖୁସି ଅନୁଭବ କରୁଥିବା କହିଛନ୍ତି ବଲିଉଡର ଏହି ଦୁଇ କଳାକାର । ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe