ଭିକାରୀ ପାଲଟିଗଲେ ବଲିଉଡ ସିଙ୍ଗର । ସହୃଦୟ ଯୁବକ ଦେଲେ ୧୨ ଟଙ୍କା

259

କନକ ବ୍ୟୁରୋ: ଭାଗ୍ୟ କାହାକୁ କେତେବେଳେ କେଉଁ ଦିଗକୁ ନେଇଯିବ କେହି କହିପାରିବେ ନାହିଁ । ଏହି ଫଟୋକୁ ଦେଖି ଆପଣ ଠିକ ଏୟା ଭାବୁଥିବେ । ଏହି ଫଟୋ ଦିନେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଲୋକେ ଦେଖି ତାଟକା ହୋଇଯାଇଥିଲେ ଫୁଟପାଥରେ ବସି ନିଜ ସୁମଧୁର କଣ୍ଠରୁ ସଙ୍ଗୀତର ମୂର୍ଚ୍ଛନା ଛୁଟାଉଥବା ଏହି ସିଙ୍ଗରଙ୍କୁ ଦେଖି । 

ହାତରେ ସ୍ଳେଟଟିଏ ଯେଉଁଥିରେ ଲେଖା ଅଛି’ ଖୋଜତା କ୍ୟା ହୈ, ଖୁସିଆଁ ୟହାଁ ହୈ’ । କାନ୍ଧରେ ଛିଣ୍ଡା ଅଖାଟିଏ ଆଉ ହାତରେ ହାରମୋନିୟମ୍ । ବୟସର ଅପରାହ୍ନରେ ଥିବା ଏହି ବ୍ୟକ୍ତି ଜଣକ ଆସି ବସିପଡିଥିଲେ ରାସ୍ତାକଡ ଫୁଟପାଥରେ ଥିବା ଏକ ଗଛ ତଳେ । ଆଉ ତାଙ୍କ କଣ୍ଠରୁ ଝରିବାକୁ ଲାଗିଥିଲା ‘ଅଗ୍ନିପଥ‘ର ହୃଦୟସ୍ପର୍ଶୀ ଗୀତ । ଅବିକଳ ସୋନୁ ନିଗମଙ୍କ କଣ୍ଠ, ଯାହାକୁ ଶୁଣିବାକୁ ଅଟକି ଯାଇଥିଲେ ବାଟୋଇ ।

ଏହି ଶ୍ରେତାଙ୍କ ମଧ୍ୟରେ ଜଣେ ଯୁବକ ଥିଲେ । ତାଙ୍କ ଗୀତକୁ ନିଜ ମୋବାଇଲରେ ରେକର୍ଡ କରିବାକୁ ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଅନୁରୋଧ କରିବା ସହ ମାନବିକତାର ପରିଚୟ ଦେଇଥିଲେ । ସେ ଖୁବ ଭଲ ଗାଉଛନ୍ତି ବୋଲି ପ୍ରଶଂସା କରିବା ସହ କିଛି ଖାଇଛନ୍ତି କି ନାହିଁ ବୋଲି ପଚାରିବା ସହ ହାତରେ ଗୁଂଜି ଦେଇଥିଲେ ୧୨ ଟଙ୍କା । ଆଉ କିଛି ସମୟ ପରେ ବୃଦ୍ଧ ଜଣକ ହାରମୋନିୟମଟିକୁ ଧରି ଅନ୍ୟତ୍ର ଚାଲିଯାଇଥିଲେ । 

ଆପଣ ଭାବୁଥିବେ କଏପରି କି ପରିସ୍ଇିତି ହେଲା ଯେ ସିଙ୍ଗର ଜଣକ ବଲିଉଡରୁ ଆସି ପହଞ୍ଚିଲେ ଫୁଟପାଥରେ! କିନ୍ତୁ ଟିକେ ଭଲ କରି ଦେଖନ୍ତୁ ଏହି ଫଟୋକୁ । ଇଏ ଆଉ କେହି ନୁହଁନ୍ତି ବଲିଉଡର ଦିବଙ୍ଗତ କଣ୍ଠଶିଳ୍ପୀ ସୋନୁ ନିଗମ । ଶ୍ରୋତା ଓ ଦର୍ଶକ ତାଙ୍କୁ ପରଦା ପଛରେ କିମ୍ବା ଷ୍ଟେଜ୍ ଉପରେ ଦେଖିଥିଲେ । ହେଲେ ଜୀବନର ବାସ୍ତବତାକୁ ପରଖିବାକୁ ସେ ଏଭଳି ଭିକାରୀ ବେଶରେ ନିଜକୁ ସଜାଇଥିଲେ । ଆଉ ଏଥିରେ ତାଙ୍କୁ ଯାହା ମିଳିଥିଲା ତାକୁ ସେ ଜୀବନର ଅବର୍ଣ୍ଣନନୀୟ ଅନୁଭୂତି ବୋଲି କହିଛନ୍ତି । ଯୁବକ ଜଣକ ତାଙ୍କ ଖାଇବା କଥା ପଚାରିବା ସହ ଯେଉଁ ୧୨ ଟଙ୍କା ଦେଇଥିଲେ ତାକୁ ସେ ଜୀବନର ଅମୂଲ୍ୟ ଉପାର୍ଜନ ବୋଲି କହିବା ସହ ୧୦ଟଙ୍କିଆ ନୋଟ୍ ସହ ଦୁଇଟି କଏନକୁ ଫ୍ରେମ କରି ନିଜ ଘରେ ସଜାଇ ରଖିଛନ୍ତି । 

ସେହି ଦୟାର୍ଦ୍ଦ ଯୁବକକୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ ସୋନୁ । ଅବଶ୍ୟ ତାଙ୍କର ଏହି ଇଚ୍ଛା ଭବିଷ୍ୟତରେ ପୂରଣ ହୋଇଥିଲା ।ଏହି ଭିଡିଓ ଭାଇରାଲ ହେବା ପରବର୍ତ୍ତୀ ସମୟରେ କୌଣସି ଏକ କାର୍ଯ୍ୟକ୍ରମକୁ ଯାଇଥିବାବେଳେ ଯୁବକ ଜଣକୁ ତାଙ୍କୁ ଭେଟିଥିଲେ । ଯୁବକଙ୍କୁ କୋଳାଇ ନେଇଥିଲେ ସୋନୁ ନିଗମ୍ ।ତେବେ ଜଣେ ଭୀକାରି ବେଶରେ ଜୀବନର ଯେଉଁ ସତ୍ୟତାକୁ ସେ ସାଉଁଟିଛନ୍ତି ତାହା ତାଙ୍କ ପାଇଁ ଏକ ପ୍ରେରଣା ବୋଲି ଏକ ସାକ୍ଷାତକାରରେ କହିଛନ୍ତି ସୋନୁ ନିଗମ୍ ।