ଆଜି ହେଉଛି ଅଭିନେତା ଶମ୍ମୀ କପୁର୍‌ଙ୍କର ଜନ୍ମଦିନ : ଆପଣ ଜାଣନ୍ତି ସେ କେଉଁ ନାୟିକାଙ୍କୁ ବାହା ହେବାକୁ ଚାହୁଁଥିଲେ ?

Advertisment
ଆଜି ହେଉଛି ଅଭିନେତା ଶମ୍ମୀ କପୁର୍‌ଙ୍କର ଜନ୍ମଦିନ : ଆପଣ ଜାଣନ୍ତି ସେ କେଉଁ ନାୟିକାଙ୍କୁ ବାହା ହେବାକୁ ଚାହୁଁଥିଲେ ?

source-http://images.indianexpress.com

ଏକଦା ସିନେଜଗତରେ ଜଣେ ଭିନ୍ନ ଧରଣର ନାୟକଭାବେ ବେଶ୍‌ ପ୍ରତିଷ୍ଠା ଅର୍ଜନ କରିଥିବା ଶମ୍ମୀ କପୁର୍‌ଙ୍କର ଆଜି ହେଉଛି ଜନ୍ମଦିନ। ସେ publive-imageଆଜିର ତାରିଖରେ ୧୯୩୧ ମସିହାରେ ଜନ୍ମ ହୋଇଥିଲେ। ତାଙ୍କ ପିତା ହେଲେ ମହାନ୍‌ ଅଭିନେତା ପୃଥ୍ଵୀରାଜ୍‌ କପୁର୍‌ । ଶମ୍ମୀ କପୁର ୧୯୫୩ ମସିହାରେ ରିଲିଜ୍‌ ହୋଇଥିବା ସିନେମା ‘ଜୀବନଜ୍ୟୋତି’ରୁ ନାୟକଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ୨୦ରୁ ଅଧିକ ହିନ୍ଦୀ ସିନେମାରେ ନାୟକ ଭୂମିକାରେ ଦେଖିବାକୁ ମିଳିଥିଲା

ନାୟକଭାବେ ତାଙ୍କ ଅଭିନୀତ ସିନେମା ମଧ୍ୟରେ ରହିଛି ତୁମସା ନେହିଁ ଦେଖା,ଦିଲ୍‌ ଦେକେ ଦେଖୋ,ରାଜକୁମାର,ଅନ୍ଦାଜ୍‌,ଜାନଓ୍ଵର୍‌,ଚାଇନା ଟାଉନ୍‌,କାଶ୍ମୀର କି କଲି,ବ୍ଲଫ୍‌ ମାଷ୍ଟର୍‌, ଦିଲ ତେରା ଦିଓ୍ଵାନା,ଜଙ୍ଗଲୀ ଆଦି। ଶମ୍ମୀ କପୁର ପରବର୍ତ୍ତୀ ସମୟରେ ଚରିତ୍ର ଅଭିନେତା ଭାବେ ବି ପରଦାକୁ ଆସି ଥିଲେ। ଯେଉଁ ସିନେମାରେ ତାଙ୍କୁ ଚରିତ୍ର ଅଭିନେତାଭାବେ ଦେଖିବାକୁ ମିଳିଥିଲା ସେଥିମଧ୍ୟରେ ଅଛି ହିରୋ, ପ୍ରେମରୋଗ,ବିଧାତା, ଦାତା ଆଦି ଉଲ୍ଲେଖଯୋଗ୍ୟ। ଏହି ଲୋକପ୍ରିୟ ଅଭିନେତାଙ୍କ ଏକ ବ୍ୟକ୍ତିଗତ କଥା ଜାଣିବାକୁ ଚାହାନ୍ତି କି ? ହଁ ସେ କାହାକୁ ଭଲ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ ଆସନ୍ତୁ ଜାଣିବ। ।

publive-imageବଲିଉଡ଼୍‍ର ଲୋକପ୍ରିୟ ଅଭିନେତ୍ରୀ ନୂତନଙ୍କୁ ଅଭିନୟ ମାଆ ଶୋଭନା ସମର୍ଥଙ୍କ ଗୁଣସୂତ୍ରରେ ମିଳିଥିଲା। ନୂତନ ମାତ୍ର ୧୫ ବର୍ଷ ବୟସରେ ବଲିଉଡ଼୍‍ରେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମାଟି ହେଲା-‘ହମାରି ବେଟି’।ଏହାପରେ ସେ ପରବତ୍‌,ଲୈଲା ମଜ୍‌ନୁ ଓ ସୀମା ଆଦି ଫିଲ୍ମରେ ଅଭିନୟ କରି ତାହାଙ୍କର ଅଭିନୟର ଯାଦୁ ଦେଖାଇଥିଲେ।
ନୂତନ ତାଙ୍କର ସୁଦୀର୍ଘ କ୍ୟାରିୟର୍‌ ଭିତରେ ରାଜ୍‌ କପୁର୍‌,ସୁନିଲ୍‌ ଦତ୍ତ ଓ ଦେବ୍‌ ଆନନ୍ଦ ଭଳି ଅଧିକାଂଶ ଟପ୍‌ ହିରୋଙ୍କ ସହିତ କାମ କରିଛନ୍ତି।ହେଲେ ୧୯୬୩ରେ ରିଲିଜ୍‌ ହୋଇଥିବା ବିମଲ ରାୟଙ୍କ ଫିଲ୍ମ‘ବନ୍ଦିନୀ’ ନୂତନଙ୍କୁ ଶୀର୍ଷକୁ ନେଇଥିଲା।
publive-imageନୂତନ ବଡ଼ ପରଦାରେ ସୁଇମ୍‌ସୁଟ୍‌ ପିନ୍ଧି ମଧ୍ୟ ଆଲୋଡ଼ନ ସୃଷ୍ଟି କରିଥିଲେ। ୧୯୫୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ୍ଲୀକା ଠଗ୍‌’ରେ ସେ ପ୍ରଥମ ଥର ଲାଗି ସୁଇମ୍‌ସୁଟ୍‌ ପିନ୍ଧିଥିଲେ। ସେ ସମୟରେ ନାୟିକାମାନେ ଏଭଳି ବୋଲ୍‌ଡ଼ ହେବା କ୍ୱଚିତ୍‌ ଦେଖିବାକୁ ମିଳୁଥିଲା। ଏହି କାରଣରୁ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲେ ଅଭିନେତ୍ରୀ ନୂତନ।

ନୂତନ ୫ଥର ଶ୍ରେଷ୍ଠ ଅଭିନେତ୍ରୀ ଓ ଥରେ ସହ-ଅଭିନେତ୍ରୀ ଭାବେ ଫିଲ୍ମ ଫେଆର୍‌ ଆଓ୍ଵାର୍ଡ଼ ମଧ୍ୟ ଲାଭ କରିଥିଲେ। ନୂତନଙ୍କର ଶମ୍ମୀ କପୁର୍‌ଙ୍କ ସହ ଆଫେୟାର୍ସକୁ ନେଇ ସେ ସମୟରେ ଜୋର୍‌ଦାର୍‌ ଚର୍ଚ୍ଚାବି ହୋଇଥିଲା। । ଶୁଣିବାକୁ ମିଳେ ଯେ,ନୂତନଙ୍କର ସରଳତାରେ ଶମ୍ମୀ ଏତେ ମାତ୍ରାରେ ଆକର୍ଷିତ ହୋଇଥିଲେ ଯେ,ସେ ତାହାଙ୍କୁ ବିବାହ କରିବାକୁ ଚାହୁଁଥିଲେ।

ନୂତନଙ୍କର ମାଆ ଶୋଭନା ସମର୍ଥ ଓ ଶମ୍ମୀ କପୁର୍‌ଙ୍କ ପିତା ପୃଥ୍ଵୀରାଜ୍‌ କପୁର୍‌ଙ୍କ ଭିତରେ ଭଲ ବନ୍ଧୁତା ରହିଥିଲା। ଏ ଦୃଷ୍ଟିରୁ ଶମ୍ମୀ ଓ ନୂତନଙ୍କ ମଧ୍ୟରେ ଅବାଧ ମିଳାମିଶା ହେଉଥିଲା। କିନ୍ତୁ ଶମ୍ମୀ କପୁର୍‌ଙ୍କ ପିତା ପୃଥ୍ଵୀରାଜ୍‌ କପୁର୍‌ ପୁଅକୁ ନୂତନଙ୍କ ସହିତ ବିବାହ କରିବାକୁ ବାରଣ କରିଥିଲେ । ଆଉ ଏହି କାରଣ ପାଇଁ ଏମାନଙ୍କ ମଧ୍ୟରେ ବିହାଘରଟି ସମ୍ଭବ ହୋଇନଥିଲା। ତେଣୁ ୧୯୫୯ରେ ରଜନୀଶ୍‌ ବହଲଙ୍କୁ ନୂତନ ବିବାହ କରିନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe