କନକ ବ୍ୟୁରୋ: ବଲିଉଡ ବାଦଶାହ ଖାନ୍ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସମସ୍ତେ ଜାଣନ୍ତି ଯେ ଶାହାରୁଖ୍ କ୍ରିକେଟର ବଡ ଫ୍ୟାନ୍ । ନିକଟରେ ଆମେରିକାର ଲସ୍ ଆଞ୍ଜେଲସରେ ସେ ଏକ ବିଶ୍ୱ ସ୍ତରୀୟ କ୍ରିକେଟ ଷ୍ଟାଡିୟମ କରିବାକୁ ଯାଉଛନ୍ତି । ଏହି ଷ୍ଟାଡିୟମରେ ୧୦ ହଜାର ଦର୍ଶକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ ।

Advertisment

ଶାହାରୁଖ ଏହା ଘୋଷଣା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଥିପାଇଁ ଶାହାରୁଖ ଏହାର ଏକ ବିବୃତ୍ତି ମଧ୍ୟ ଜାରି କରିଛନ୍ତି । ଲସ୍ ଏଞ୍ଜେଲସ୍ରେ ବିଶ୍ୱ ସ୍ତରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ତାଙ୍କ କ୍ରିକେଟ ଦଳ କେକେଆର ଆମେରିକାର ମେଜର ଲିଗ୍ କ୍ରିକେଟ ଟି-୨୦ ସହ ସହଯୋଗ କରିବ ବୋଲି ସୂଚନା ଦିଅଯାଇଛି । ଏହି ପ୍ରକଳ୍ପରେ ଅନେକ ମିଲିୟନ୍ ଡଲାରରେ ପୁଞ୍ଜି ବିନିଯୋଗ ହେବ ।