ଦୁନିଆକୁ ଦିୱାନା କଲା ୬ବର୍ଷର ଶିଶୁ… ଦୁବାଇରେ ଝଲସିବ ଭାରତର କୁନି ପୁଅ

339

କନକ ବ୍ୟୁରୋ : ୬ବର୍ଷର କୁନି ଶିଶୁକୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା । ଦୁବାଇରେ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଫ୍ୟାସନ ସୋ’ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି । ଦୁବାଇରେ ଆୟୋଜିତ ହେବାକୁ ଥିବା ମଡେଲିଂ ପ୍ରତିଯୋଗୀତାରେ ବହୁ ନାମୀଦାମୀ ଜୁନିୟର ମଡେଲ ଭାଗ ନେଇଥାନ୍ତି । ଏବେ ସେହି ନାମୀଦାମୀ ମଡେଲଙ୍କ ସହ ପ୍ରତିଯୋଗୀତାରେ ଭାଗ ନେବାକୁ ଯାଉଛନ୍ତି ତାମିଲନାଡୁ କୋଏମ୍ବଟୁରର କୁନି ବାଳକ ରାଣା ।


ମଡେଲ ରାଣା କୋଏମ୍ବାଟୁରର ରାମନଗରରେ ରୁହନ୍ତି । ରାଣା ଏକ ପ୍ରାଇଭେଟ୍ ସ୍କୁଲରେ ପ୍ରଥମ ଶ୍ରେଣୀର ଛାତ୍ର । ରାଣାଙ୍କ ବାପା ଜଣେ କପଡା ବ୍ୟବସାୟୀ ହୋଇଥିବା ବେଳେ ମାଆ ବ୍ୟୁଟି ପାର୍ଲର ଚଲାନ୍ତି । ରାଣା ଏକ ମଧ୍ୟବିତ ପରିବାରର ପିଲା ହୋଇଥିଲେ ବି ତାଙ୍କ ପାଖରେ ପ୍ରତିଭା ଭରି ହୋଇ ରହିଛି । ମାତ୍ର ୬ବର୍ଷ ବୟସରେ ସେ ମଡେଲିଂରେ ୧୩ରୁ ଅଧିକ ପୁରସ୍କାର ଜିତିସାରିଥିବା ତାଙ୍କ ମାଆ କୁହନ୍ତି । ଆଉ ଏବେ ଦୁବାଇରେ ଆୟୋଜିତ ହେବାକୁ ଥିବା ଜୁନିୟର ଇଂଟରନ୍ୟାସନାଲ ମଡେଲିଂର ଫାଇନାଲ ପ୍ରତିଯୋଗିତା ପାଇଁ ସିଲେକ୍ଟ ହୋଇଛନ୍ତି ।
ଏନେଇ କୁନି ପୁଅ ରାଣା କୁହନ୍ତି, ମତେ ମଡେଲିଂ ବହୁତ ପସନ୍ଦ କିନ୍ତୁ ମୁଁ ଭାରତୀୟ ନୌସେନାରେ ଯିବାକୁ ଚାହୁଁଛି । ମାତ୍ର ୩ବର୍ଷ ବୟସରୁ ମଡେଲିଂ ସୋ’ ପ୍ରତିଯୋଗିତାରେ ଭାଗ ନେଇଆସୁଛନ୍ତି ରାଣା । କେବଳ ଏତିକି ନୁହେଁ ୩ବର୍ଷ ବୟସରୁ ମଡେଲିଂ ସହିତ ବିଜ୍ଞାପନ ଏବଂ ସଟ୍ ମୁଭିରେ ଅଭିନୟର ଜଲୱା ଦେଖାଇସାରିଛନ୍ତି ରାଣା । ତେବେ ରାଣାଙ୍କ ମଡେଲିଂ ଯାତ୍ରା କିଛି ଏହିଭଳି ଭାବେ ଆରମ୍ଭ ହୋଇଥିଲା…


ଦିନେ ତାଙ୍କ ମାଆଙ୍କ ବ୍ୟୁଟି ପାର୍ଲରକୁ ଜଣେ ମଡେଲ ଆସିଥିଲେ । ସେତେବେଳେ ରାଣାଙ୍କ ବୟସ ମାତ୍ର ୩ବର୍ଷ ହୋଇଥିଲା । ସେହି ମଡେଲ ଜଣକ ରାଣାଙ୍କୁ ଦେଖି କହିଥିଲେ ରାଣା ଫ୍ୟାସନ ସୋ’ ପାଇଁ ବିଲକୁଲ ଫିଟ୍ । ଏହାପରେ ପ୍ରଥମତର ପାଇଁ ରାଣାଙ୍କୁ ଫ୍ୟାସନ ସୋ’ରେ ଭାଗ ନେବା ପାଇଁ ପଠଗଲା । ଆଉ କୋଏମ୍ବାଟୁରୁରେ ଆୟୋଜିତ ହୋଇଥିବା ଫ୍ୟାସନ ସୋ’ରେ ରାଣା ପ୍ରଥମ ସ୍ଥାନ ଅଧିକାର କରି ବିଜେତା ହୋଇଥିଲେ । ପ୍ରଥମ ଥରରେ ହିଁ ପ୍ରତିଭା ଦେଖାଇ ବାଜି ମାରିନେଇଥିଲେ ରାଣା । ଆଉ ସେବେଠାରୁ ଅଟକିନାହାନ୍ତି ରାଣା… ଗତ ୩ବର୍ଷ ମଧ୍ୟରେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ୧୩ରୁ ଅଧିକ ପୁରସ୍କାର ଜିତିସାରିଲେଣି ରାଣା